Sat. Feb 21st, 2026

ନ୍ୟୁଜ ଡେକ୍ସ: ଭୁଟାନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ବିଶ୍ବବ୍ୟାଙ୍କ ଦ୍ବାରା ଆୟୋଜିତ ଦକ୍ଷିଣ ଏସିଆ ଲେବର ମୋବିଲିଟି କନଫରେନ୍ସରେ ହେବେ ସାମିଲ । ଆସନ୍ତା ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ଭୁଟାନ ଥିମ୍ପୁ ଠାରେ ଏହି ସମ୍ମିଳନୀ ଚାଲିବ ।

ଭାରତ ପକ୍ଷରୁ ଓଡ଼ିଶାର ପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରତିନିଧିତ୍ବ କରିବେ । ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ସିଂହଦେଓ ବର୍ତ୍ତମାନ ଓଡ଼ିଶାର ଦାଦନ ଶ୍ରମିକ ବିସ୍ଥାପନ ଟାସ୍କଫୋର୍ସର ଚେୟାରମ୍ୟାନ ଅଛନ୍ତି। ଏହି ପରିପ୍ରେକ୍ଷୀରେ ବିଶ୍ଵବ୍ୟାଙ୍କ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ସିଂହଦେଓ ଭାରତର ପ୍ରତିନିଧିତ୍ୱ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଏଥିରେ ଯୋଗଦାନ ଦାଦନ ଶ୍ରମିକ ଭଳି ସମସ୍ୟାର ସ୍ଥାୟୀ ସମାଧାନ ପନ୍ଥା, ନୀତି ନିରୂପଣ କରିବାରେ ବିଶେଷ ସହାୟକ ହେବ।

ପ୍ରମୁଖ ଶାସନ ସଚିବ, ଶ୍ରମିକ ଓ କର୍ମଚାରୀ ରାଜ୍ୟ ବୀମା ଶ୍ରୀମତୀ ଚିତ୍ରା ଅରୁମୁଗମ ମଧ୍ୟ ଉପମୁଖ୍ୟମନ୍ତ୍ରୀ ସିଂହଦେଓଙ୍କ ସହ ଉପସ୍ଥିତ ଅଛନ୍ତି। ଭୁଟାନ, ମଧ୍ୟପ୍ରାଚ୍ୟ ରାଷ୍ଟ୍ର, ଉତ୍ତର ଆଫ୍ରିକା, ଇଟାଲୀ, ଅଷ୍ଟ୍ରେଲିଆ, ଆରବ ଦେଶ, ଫିଲିପାଇନ୍ସ, ପପୁଆ ନିଉ ଗିନିଆ, ମାଳଦ୍ବୀପ, ଶ୍ରୀଲଙ୍କା, ନେପାଳ, ଜାମାଇକା, ବାଂଲାଦେଶରୁ ପ୍ରତିନିଧି, ବିଶ୍ଵବ୍ୟାଙ୍କର ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ସମେତ ପ୍ରାୟ ୧୦୦ ଜଣ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *