Thu. Oct 23rd, 2025

ନ୍ୟୁଜ ଡେକ୍ସ : ଭୁବନେଶ୍ବରରେ ଆରମ୍ଭ ହେଲା ବୁଲାକୁକୁର ଗଣନା । ବିଏମ୍‌ସି ପକ୍ଷରୁ ଭୋର୍ ୫ଟାରୁ ଗଣତି ଆରମ୍ଭ । ୬୭ଟି ୱାର୍ଡରେ ଗଣନା ଚାଲିଥିବା ବେଳେ ୪୧୦ ଜଣ ଏଥିରେ ନିୟୋଜିତ ଅଛନ୍ତି । ଆଜିଠୁ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ, ୨୨ରୁ ୨୫ ଯାଏଁ ୨ୟ ପର୍ଯ୍ୟାୟରେ ଗଣନା କାର୍ଯ୍ୟ ହେବ ।

ଏକକାଳୀନ ୬୭ଟି ୱାର୍ଡରେ ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ବିଏମସିର ୪୧୦ କର୍ମଚାରୀ । ତେବେ ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ବିଏମସିର କୁକୁର ଗଣନା କାର୍ଯ୍ୟ ଜାରି ରହିବ । ଦକ୍ଷ ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍‌ଏମ୍‌ଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖ ଗଣନା କାର୍ଯ୍ୟ କରିଛନ୍ତି। ତେବେ ୫ଟାରୁ ସକାଳ ୭ଟା ଯାଏଁ କୁକୁର ଗଣନା ହୋଇଛି ।

ତେବେ ରାଜ୍ୟରେ ଏହା ପ୍ରଥମଥର ପାଇଁ ହୋଇଛି ।ଏଥିପାଇଁ ଜୋନ୍, ଓ୍ୱାର୍ଡ ଓ ଓ୍ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ପୂର୍ବରୁ ଗଠନ କରାଯାଇଥିଲା ଟିମ୍ । ଭୁବନେଶ୍ୱରବାସୀଙ୍କ ବୃହତ୍ତର ସ୍ୱାର୍ଥ ତଥା ଦୁର୍ଘଟଣା ଏବଂ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାରୁ ରକ୍ଷା କରିବା ପାଇଁ ବିଏମ୍ ସି ପକ୍ଷରୁ ରାଜ୍ୟରେ ପ୍ରଥମ କରି ଏହି ପଦକ୍ଷେପ ନିଆଯାଇଛି ।

Leave a Reply

Your email address will not be published. Required fields are marked *