ନ୍ୟୁଜ ଡେକ୍ସ: ରାଜ୍ୟରେ ଖୋଲିବ ଜାତୀୟ ତଦନ୍ତକାରୀ ସଂସ୍ଥା ବା NIAର ସ୍ବତନ୍ତ୍ର ଶାଖା। ପ୍ରାରମ୍ଭିକ ଭାବେ ଭିଏସଏସ ନଗରରେ କାର୍ଯ୍ୟ କରିବ NIA ଶାଖା। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ଏହି ବିଜ୍ଞପ୍ତି ଅନୁସାରେ ଜଣେ ଏସପି ପାହ୍ୟାର ଅଧିକାରୀ ଶାଖାର ମୁଖ୍ୟ ରହିବେ।
ଭୁବନେଶ୍ୱରର ଭିଏସଏସନଗରରେ ପ୍ରାରମ୍ଭିକ ଭାବେ ଏନଆଇଏର ଶାଖା କାର୍ଯ୍ୟ କରିବ ବୋଲି ଗୃହ ସଚିବ ସତ୍ୟବ୍ରତ ସାହୁଙ୍କ ଦ୍ୱାରା ବିଜ୍ଞପ୍ତି ସ୍ୱାକ୍ଷରିତ ହୋଇଛି । ୨୦୦୮ ମସିହାରେ ଭାରତରେ ପ୍ରଥମ କରି ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ପ୍ରତିଷ୍ଠିତ ହୋଇଥିଲା । ଏହା ହେଉଛି ଭାରତର କେନ୍ଦ୍ରୀୟ ଆତଙ୍କବାଦ ବିରୋଧୀ ଆଇନ ପ୍ରବର୍ତ୍ତନ ସଂସ୍ଥା ।
ଏହାର ପ୍ରାଥମିକ ଭୂମିକା ହେଉଛି ଆତଙ୍କବାଦ ସହିତ ଜଡିତ ଅପରାଧ ଏବଂ ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ୱକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିଷୟଗୁଡ଼ିକର ତଦନ୍ତ ଏବଂ ବିଚାର କରିବା । ଏନଆଇଏ ମଧ୍ୟ ଆତଙ୍କବାଦୀ ନେଟୱାର୍କଗୁଡ଼ିକୁ ଭାଙ୍ଗିବା ଉପରେ ଲକ୍ଷ୍ୟ ରଖିଥାଏ ।
