Mon. Feb 23rd, 2026

ନ୍ୟୁଜ ଡେକ୍ସ :ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆ ହତ୍ୟା ଘଟଣାରେ ଶେଷରେ ଧରାପଡିଛି ମୁଖ୍ୟ ଅଭିଯୁକ୍ତ ସଦାଶିବ ପ୍ରଧାନ ଅର୍ଫ ଶିବା । ରାଜଧାନୀର ଏକ ହୋଟେଲ କଡ଼ରୁ କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଛି । ପୋଲିସ ସୂତ୍ର ଅନୁଯାୟୀ, ସଦାଶିବ ରାଜ୍ୟ ବାହାରକୁ ପଳାଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସମୟରେ ମିଳିଥିବା ଗୁପ୍ତ ସୂଚନା ଆଧାରରେ ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇଛି ।

ଉଲ୍ଲେଖନୀୟ, ଅକ୍ଟୋବର ୧୩ ତାରିଖରେ ଭୁବନେଶ୍ବରର ଏକ ପଏଣ୍ଟ ବ୍ୟାଙ୍କ ନିକଟରେ ସୁଧାଂଶୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟା ଘଟିଥିବା ସୂଚନା ମିଳିଛି । ଘଟଣା ପରେ କମିଶନରେଟ ପୋଲିସ ଚାରି ଜଣ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରିଥିଲେ । ଏବେ ମୁଖ୍ୟ ଯୋଜନାକାରୀ ସଦାଶିବ ପ୍ରଧାନ ଧରାପଡିବା ସହିତ ମାମଲା ଆଉ ଏକ ମହତ୍ୱପୂର୍ଣ୍ଣ ମୋଡ଼ ନେଇଛି ।ଜେରା ସମୟରେ ଶିବା ପୋଲିସ ଆଗରେ ସମସ୍ତ ଦୋଷ ସ୍ଵୀକାର କରିଛି ।

ସେ କହିଛି, ସୁଧାଂଶୁଙ୍କୁ ହତ୍ୟା କରିବା ପାଇଁ ତିନି ମାସ ତଳୁ ଯୋଜନା ଚାଲିଥିଲା । ପୋଲିସ ବର୍ତ୍ତମାନ ତାଙ୍କୁ ରିମାଣ୍ଡରେ ନେଇ ଘଟଣାର ଅନ୍ୟାନ୍ୟ ପାଟ ଖୋଲିବା ପାଇଁ ପ୍ରସ୍ତୁତି ନେଉଛି । କମିଶନରେଟ ପୋଲିସ ତରଫରୁ କୁହାଯାଇଛି ଯେ, ମାମଲାର ସମସ୍ତ ଦୃଶ୍ୟପଟ ଖୋଲାସା ପାଇଁ ଅଧିକ ତଦନ୍ତ ଜାରି ରହିଛି ।ଭୁବନେଶ୍ବର ଏମ୍ସ କର୍ମଚାରୀ ହତ୍ୟା ଘଟଣା ରାଜଧାନୀ ଓ ରାଜ୍ୟ ସମାଜରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇପାରିଛି ।

Leave a Reply

Your email address will not be published. Required fields are marked *