Sun. Feb 22nd, 2026

ନ୍ୟୁଜ ଡେକ୍ସ : ଏବେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବାଲିଯାତ୍ରାର ହାଲଚାଲ ଆରମ୍ଭ ହୋଇଗଲା । ନଭେମ୍ବର ୫ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ମଞ୍ଚେଶ୍ୱର ଠାରେ କୁଆଖାଇ ପଠାରେ ଏବଂ ବାଙ୍କୁଆଳ ଅଞ୍ଚଳରେ ବାଲିଯାତ୍ରା ଆୟୋଜିତ ହେଉଛି । ଏହି ସୁଯୋଗରେ ଭିଡ଼ ଓ ଯାତାୟାତକୁ ସୁନିୟନ୍ତ୍ରିତ ରଖିବା ଲାଗି କମିଶନରେଟ୍ ପୋଲିସ୍ ବିଶେଷ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା କରିଛି ।

ପୋଲିସ୍ ଜଣାଇଛି, ଅପରାହ୍ଣ ୨ଟାଠାରୁ ରାତି ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଟ୍ରାଫିକ୍ ନିୟନ୍ତ୍ରଣ ଓ କଟକଣା ଲାଗୁ ରହିବ । ସାଧାରଣ ଯାନବାହାନ ଚଳାଚଳକୁ ସୀମିତ କରାଯାଇଛି ଓ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ଗାଡ଼ି ପାର୍କିଂ କରିବାକୁ ପରାମର୍ଶ ଦିଆଯାଇଛି ।କୁଆଖାଇ ପଠା ବାଲିଯାତ୍ରା ପାଇଁ ରୁଟ୍ ନିୟମ୧. ମଞ୍ଚେଶ୍ବର ଗଡ଼ା ଠାରୁ ଆସୁଥିବା ଗାଡ଼ି ଗୁଡ଼ିକ ନିର୍ଦ୍ଧାରିତ ପାର୍କିଂ ସ୍ଥାନ ପର୍ଯ୍ୟନ୍ତ ଯାଇପାରିବେ, ବାଲିଯାତ୍ରା ପଡ଼ିଆ ଆଡ଼କୁ ନୁହେଁ।୨. ବରିମୁଣ୍ଡ ଗାଁ ପାର୍ଶ୍ବରୁ ଆସୁଥିବା ଯାନଗୁଡ଼ିକୁ ଜରିପାଟଣା ଗ୍ରାମ ଠାରୁ ଆଗକୁ ଯିବାକୁ ଦିଆଯିବ ନାହିଁ। ସେଗୁଡ଼ିକୁ ନିର୍ଦ୍ଧାରିତ ପାର୍କିଂ ସ୍ଥଳରେ ରଖିବାକୁ ହେବ।୩. ନନ୍ଦନକାନନ ପଟୁ ଆସୁଥିବା ଯାନ ଗୁଡ଼ିକ ଇଞ୍ଜାଣ କେନାଲ ବ୍ରିଜ୍ ଦେଇ ରସୁଲଗଡ଼ କିମ୍ବା ପଳାସୁଣୀ ଆଡ଼କୁ ଯିବେ।

ବାଲିଯାତ୍ରା ପଡ଼ିଆକୁ ଯିବା ନିଷିଦ୍ଧ।ସେହିପରି ମଞ୍ଚେଶ୍ୱର ଗଡ଼ା ଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଭିଡ଼ ସମୟରେ ଭାରୀ ଓ ବାଣିଜ୍ୟିକ ଯାନ ଚଳାଚଳ ନିଷେଧ ରହିବ। ତେବେ ପୋଲିସ୍, ଅଗ୍ନିଶମ, ଏକ୍ସସାଇଜ୍, ଆମ୍ବୁଲାନ୍ସ ଓ ଅତ୍ୟାବଶ୍ୟକ ସେବା ଗାଡ଼ିଗୁଡ଼ିକ ଏଥିରୁ ମୁକ୍ତ ରହିବେ।ବାଙ୍କୁଆଳ ବାଲିଯାତ୍ରା ପାଇଁ ରୁଟ୍ ନିୟମ

୧. ସାଇ ମନ୍ଦିର ଛକରୁ ଆସୁଥିବା ଗାଡ଼ିଗୁଡ଼ିକୁ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯିବାକୁ ଦିଆଯିବ ନାହିଁ।

୨. ରଙ୍ଗବଜାର ପାର୍ଶ୍ବରୁ ଆସୁଥିବା ଯାନ ଗୁଡ଼ିକୁ ବ୍ରିଜ୍ ଶେଷ ଭାଗରୁ ଆଗକୁ ଯିବାକୁ ନିଷେଧ।

୩. ବାଳକାଟି ପଟୁ ଆସୁଥିବା ଗାଡ଼ି ଗୁଡ଼ିକୁ ଗଡ଼ ଶ୍ରୀରାମପୁର ପାର୍କିଂ ସ୍ଥାନରେ ରଖିବାକୁ ହେବ।

୪. ହାଇ-ଟେକ୍ ମେଡିକାଲ ଓ ବାଙ୍କୁଆଳ ଗାଁ ପାର୍ଶ୍ବରୁ ଆସୁଥିବା ଗାଡ଼ି ଗୁଡ଼ିକ ବାଲୁଙ୍କେଶ୍ୱର ମନ୍ଦିର ଗଡ଼ା ପର୍ଯ୍ୟନ୍ତ ଯାଇପାରିବେ, ତାହାରୁ ଆଗକୁ ନୁହେଁ।

୫. ଲିଙ୍ଗିପୁର ପାଟ ଠାରୁ ଆସୁଥିବା ଗାଡ଼ି ଗୁଡ଼ିକ ବ୍ରିଜ୍ ଶେଷ ଭାଗରୁ ଆଗକୁ ଯିବାକୁ ଦିଆଯିବ ନାହିଁ, ବାସୁଆଘାଇ ନଦୀପଠାର ପାର୍କିଂରେ ରଖିବାକୁ ହେବ।ପୋଲିସ୍ ପକ୍ଷରୁ ଜଣାଇଯାଇଛି ଯେ, ଯାତାୟାତ ନିୟମ ଭଙ୍ଗ କଲେ ଆଇନୁସାରେ କାର୍ଯ୍ୟାନୁଷ୍ଠାନ ହେବ ।

ସାଧାରଣ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ନିର୍ଦ୍ଧାରିତ ପାର୍କିଂ ସ୍ଥାନ ବ୍ୟବହାର କରନ୍ତୁ ଏବଂ ପୋଲିସଙ୍କ ନିର୍ଦ୍ଦେଶ ଅନୁସରଣ କରନ୍ତୁ ଯାହାଦ୍ୱାରା ବାଲିଯାତ୍ରା ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇପାରିବ ।

Leave a Reply

Your email address will not be published. Required fields are marked *