Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜଧାନୀର ୟୁନିଟ୍-୧ ପରିବା ମାର୍କେଟ୍‌ରେ ଆଜି ସକାଳେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆକସ୍ମିକ ନିଆଁ ଲାଗି ୧୫ରୁ ଅଧିକ ଦୋକାନ ଘର ଜଳି ଖାକ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀର ଅନେକ ଟିମ୍ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ, ପ୍ରାଥମିକ ଅନୁମାନ ଅନୁସାରେ ବିଦ୍ୟୁତ୍ ଶର୍ଟ ସର୍କିଟ୍ ହେବା ସମ୍ଭାବନା ଥିବା କୁହାଯାଉଛି।

ଅଗ୍ନିକାଣ୍ଡ ପରେ ସମଗ୍ର ପରିବା ମାର୍କେଟ୍ ଧୂଆଁରେ ମୁଡ଼ିଯାଇଥିଲା, ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଥିଲେ। ଅଗ୍ନିକାଣ୍ଡ ପରେ ସେଠାରେ ତିବ୍ର ହାତାହାତି ଓ ଅସନ୍ତୋଷ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ୍ ଉପସ୍ଥିତିରେ ଦୋକାନୀମାନେ ମଧ୍ୟରେ ଗୋଡାଇଗୋଡାଇ ପିଟିବା ଏବଂ ଚେୟାର ଉଠାଇ ଆକ୍ରମଣ କରିବାର ଦୃଶ୍ୟ ସାମ୍ନାକୁ ଆସିଛି।

ସୂତ୍ର ଅନୁସାରେ, ନିଆଁ ଲାଗିବା ପରେ ଦୋକାନୀମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା ଫଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ପୁଲିସ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଛି ଏବଂ ଅଗ୍ନିକାଣ୍ଡର ସଠିକ କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।ସହରରେ ଏହି ଘଟଣା ନେଇ ଆତଙ୍କ ପରିସ୍ଥିତି ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *