Sun. Feb 22nd, 2026

ନ୍ୟୁଜ ଡେକ୍ସ : ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଥାନା ଅଞ୍ଚଳର ଅନ୍ତର୍ଲା ଗାଁରେ ଘଟିଛି ଏକ ଅଭାବନୀୟ ଓ ଦୁଃଖଦ ଘଟଣା। ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପୁଅଙ୍କୁ ତାଙ୍କ ସାଙ୍ଗ ନିଶାସକ୍ତ ଅବସ୍ଥାରେ ହତ୍ୟା କରିଥିବା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ମୃତକଙ୍କ ପରିଚୟ ମୀନକେତନ ଭୋଇ (ଅବସରପ୍ରାପ୍ତ ପୋଲିସ କର୍ମଚାରୀ)ଙ୍କ ପୁଅ ସୁଜିତ୍ ଭୋଇ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ସୁଜିତ୍ ଓ ତାଙ୍କ ସାଙ୍ଗ ମିଶି କୌଣସି ସ୍ଥାନକୁ ଭୋଜି କରିବା ପାଇଁ ଯାଇଥିଲେ। ହେଲେ ସେଠାରେ କୌଣସି କଥାକୁ ନେଇ ଦୁଇଜଣଙ୍କ ମଧ୍ୟରେ ବଚସା ହୋଇଥିଲା।ତାପରେ ଜଣେ ସାଙ୍ଗ, ଯିଏ ମଦପାନ କରିଥିଲେ, ନିଶାସକ୍ତ ଅବସ୍ଥାରେ ସୁଜିତଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଦେଇଥିଲେ। ସେହିପରି ମଦ ବୋତଲ ଦ୍ୱାରା ମୃତକଙ୍କ ମୁଣ୍ଡ ଫାଟିଯାଇଥିଲା ବୋଲି ଆଶଙ୍କା କରାଯାଉଛି।

ଘଟଣା ସୂଚନା ମିଳିବାସହିତ ଦେଓଗାଁ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟାରେ ବ୍ୟବହୃତ ସାମଗ୍ରୀ — ଧାରୁଆ ଅସ୍ତ୍ର ଓ ମଦ ବୋତଲ — ଜବତ କରାଯାଇଛି।ପୋଲିସ ଏହି ମାମଲାରେ ୪ ଜଣ ଯୁବକଙ୍କୁ ଅଟକ କରି ପଚରାଉଚରା କରୁଛନ୍ତି। ଅଭିଯୁକ୍ତଙ୍କ ପୃଷ୍ଠଭୂମି ଓ ହତ୍ୟାର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଜୋରଦାର କରାଯାଇଛି।

Leave a Reply

Your email address will not be published. Required fields are marked *