Thu. Oct 23rd, 2025

ନ୍ୟୁଜ ଡେକ୍ସ : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ମୃତ ଯୁବକ ହେଲେ ଯାଜପୁର ଧର୍ମଶାଳା ବାଉଁଶ କଣ୍ଟା ଗାଁର ଭରତ ଦାସ। ମେଡିକାଲ ପରିସରରେ ଉତ୍ତେଜନା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସୂଚନା ଅନୁଯାୟୀ ଚିକିତ୍ସା ପରେ ସେ ସୁସ୍ଥ ହେଉଥିଲେ କିନ୍ତୁ ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିବା ସହ ମୃତ୍ୟୁ ହୋଇଥିଲା। ତେବେ ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ପରିବାର ସଦସ୍ୟମାନେ ଦାବି କରିଛନ୍ତି ଯେ ଜଣେ ନର୍ସ ଇଞ୍ଜେକ୍ସନ ଦେବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ ଖରାପ ହୋଇଯାଇଥିଲା। ପରିବାର ସଦସ୍ୟମାନେ ହସ୍ପିଟାଲ କର୍ମଚାରୀଙ୍କ ଉପରେ ଭୁଲ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ କରିଛନ୍ତି।

ହସ୍ପିଟାଲ ଉପରେ ଚିକିତ୍ସା ଅବହେଳା ଅଭିଯୋଗ ଆଣି ସେମାନେ ଦାୟୀ ଲୋକଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ ହସ୍ପିଟାଲ ଭିତରେ ଏବଂ ଆଖପାଖରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଥିଲା।

Leave a Reply

Your email address will not be published. Required fields are marked *