Tue. Aug 12th, 2025

ନ୍ୟୁଜ ଡେକ୍ସ: କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ମଙ୍ଗଳବାର ସର୍ଜରୀ ୱାର୍ଡରେ ଅଭାବନୀୟ ଘଟଣା ଘଟିଛି । ଚିକିତ୍ସିତ ଅବସ୍ଥାରେ ୫ ରୋଗୀଙ୍କ ମୃତ୍ୟୁ ହୋଇଛି । ଭୁଲ୍ ଇଞ୍ଜେକ୍ସନ୍ ଦିଆଯାଇଥିବାରୁ ରୋଗୀମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, କୋରାପୁଟର ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜରୁ । ଆଇସିୟୁରେ ଚିକିତ୍ସିତ ୩ ଜଣ ଓ ଓ୍ବାର୍ଡରେ ଥିବା ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ମେଡିକାଲ୍ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି ।

ତେବେ ଏନେଇ ମେଡିକାଲ୍ କର୍ତ୍ତୃପକ୍ଷ ଏଯାଏ ମୁହଁ ଖୋଲୁନାହାନ୍ତି । ବର୍ତ୍ତମାନ ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅନ୍ୟପଟେ, ମୃତଦେହ ବ୍ୟବଚ୍ଛେଦ ପରେ ଆଜି ପରିବାରକୁ ହସ୍ତାନ୍ତର କରାଯିବ ।

Leave a Reply

Your email address will not be published. Required fields are marked *