Fri. Oct 24th, 2025

ନ୍ୟୁଜ ଡେକ୍ସ୍: କଟକ ଖାନ ନଗରରେ ଭୁଶୁଡ଼ି ପଡ଼ିଛି ଦୁର୍ଗା ପୂଜା ପାଇଁ ନିର୍ମିତ ହୋଇଥିବା ତୋରଣ। ନେତାଜୀ ବସ୍ ଟର୍ମିନାଲ ନିକଟରେ ଏହି ସୁଉଚ୍ଚ ତୋରଣଟି ଭୁଶୁଡ଼ି ପଡ଼ିଛି। ତୋରଣ ତଳେ ଗୋଟିଏ କାର୍ ଓ ୩ଟି ବାଇକ୍ ଚାପି ହୋଇ ରହିଥିବା ସୂଚନା ରହିଛି। ତେବେ ସୂଚନା ମୁତାବକ, ତେବେ ଚଳିତ ବର୍ଷ ଖାନନଗର ଦୁର୍ଗାପୂଜା କମିଟି ପକ୍ଷରୁ ଏକ ୩୦ ଫୁଟ ଉଚ୍ଚର ଇଲେକଟ୍ରିକ୍ ତୋରଣ ନେତାଜୀ ବସ୍ ଟର୍ମିନାଲ ପାଖ ରାସ୍ତାରେ ପ୍ରସ୍ତୁତ କରାଯାଇଥିଲା ।

ତେବେ ପୂଜା ସରିବା ପରେ ଏହା ଖୋଲା ଯାଇନଥିଲା । ଆଜି କୌଣସି କାରଣ ବଶତଃ ଏହା ଭୁଶୁଡି ପଡିଛି । ତେବେ କେଉଁ କାରଣରୁ ଏଭଳି ଘଟିଲା ତାହାର କୌଣସି ସୂଚନା ମିଳିନାହିଁ । ଏକ ଭାରି ଯାନ ଏହାକୁ ଧକ୍କା ଦେବାରୁ ଏଭଳି ଘଟିଲା ବୋଲି ସଫେଇ ଦେଇଛନ୍ତି ପୂଜା କମିଟି ସଦସ୍ୟ । ତୋରଣ ଭୁଶୁଡ଼ିବା ଯୋଗୁ ଗାଡ଼ିଚଳାଚଳ ପ୍ରଭାବିତ ହୋଇଛି। ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି।

ଜେସିବି ସାହାଯ୍ୟରେ ସୁଉଚ୍ଚ ତୋରଣଟି ଉଠାଇବା ପାଇଁ ଉଦ୍ୟମ ଜାରି ରହିଛି। ତେବେ ତୋରଣଟି କିପରି ଭୁଶୁଡ଼ିଲା ତାର କାରଣ ଜଣାପଡ଼ିନାହିଁ। ତୋରଣରେ ନିର୍ମାଣ ବେଳେ କିଛି ତ୍ରୁଟି ଥିଲା କି ଅନ୍ୟ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ। ସେପଟେ ତୋରଣ ଭୁଶୁଡି ଯିବା ପରେ ଭାଗ୍ୟବଶତଃ କେହି ମୃତାହତ ହୋଇନଥିବା ବେଳେ କିଛି ଯାନ ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ପାକାପାଖି ୩ଟି ବାଇକ୍, ଗୋଟିଏ କାର୍ ଓ ଗୋଟିଏ ଅଟୋ ଏତିରେ କ୍ଷତିଗ୍ରସ୍ତ ହୋଇଛି ।

Leave a Reply

Your email address will not be published. Required fields are marked *