Mon. Dec 23rd, 2024

ନ୍ୟୁଜ ଡେକ୍ସ: ସକାଳୁ ସକାଳୁ ଦୋହଲିଲା ମାଟି । ଭୂକମ୍ପରେ ଥରି ଉଠିଲା ମାଲକାନଗିରି । ଆଜି ସକାଳୁ ମାଲକାନଗିରିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ 7ଟା 28 ମିନିଟରେ ଏହି ଭୂକମ୍ପ ହୋଇଥିବା ସୂଚନା ରହିଛି ।

ତେବେ ମାଲକାନଗିରି ସହିତ ଛତିଶଗଡ ଏବଂ ସୁକମା ବିଜାପୁରରେ ମଧ୍ୟ ଏହି ଝଟକା ଅନୁଭୂତ ହୋଇଛି । ତେବେ ମୃଦୁ ଭୂକମ୍ପ କାରଣରୁ କୌଣସି ପ୍ରକାରେ କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି ।ସେହିପରି ହାଇଦ୍ରାବାଦରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୟରେ ଲୋକେ ଘରୁ ବାହାରିଛନ୍ତି। ଭୂମିରୁ ୪୦ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡିଛି।

ଭୂମିକମ୍ପର ପ୍ରଭାବ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଅନୁଭୂତ ହୋଇଥିବା ବେଳେ ଏହାକୁ ନେଇ ଲୋକେ କିଛି ସମୟ ପାଇଁ ଭୟଭୀତ ହୋଇଥିଲେ ।ସେପଟେ ମହାରାଷ୍ଟ୍ର ଓ ଛତିଶଗଡରେ ବି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ତେବେ ମୃଦୁ ଭୂକମ୍ପ କାରଣରୁ କୌଣସି ପ୍ରକାରେ କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । କିନ୍ତୁ ଏନେଇ ଆନୁଷ୍ଠନିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ।

Leave a Reply

Your email address will not be published. Required fields are marked *