ନ୍ୟୁଜ ଡେକ୍ସ: ରେଳବାଇରେ ତତ୍କାଳ ଟିକେଟ୍ ବୁକିଂ ପାଇଁ ଆସିଲା ନୂଆ ନିୟମ। ଜୁଲାଇ ୧ ତାରିଖରୁ ତତ୍କାଳ ଟିକେଟ୍ ବୁକିଂ ପାଇଁ IRCTC ଓ୍ଵେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ଆଧାର ପ୍ରାମାଣିକରଣ ବାଧ୍ୟତାମୂଳକ କରାଯାଇଛି। ୧୫ ଜୁଲାଇରୁ ଆଧାର-ଲିଙ୍କ୍ ହୋଇଥିବା ମୋବାଇଲ ନମ୍ବରକୁ ପଠାଯାଇଥିବା ଓଟିପି ଯାଞ୍ଚ ବି ଆବଶ୍ୟକ।
ନୂଆ ନିୟମ ଅନୁଯାୟୀ, ଯାତ୍ରୀମାନଙ୍କୁ ତତ୍କାଳ ଟିକେଟ୍ ବୁକ୍ କରିବା ପାଇଁ ଇ-ଆଧାର ବ୍ୟବହାର କରିବାକୁ ପଡ଼ିବ, ଯାହା ଡିଜିଟାଲ୍ ରୂପରେ ଆଧାର କାର୍ଡର ସତ୍ୟତା ଯାଞ୍ଚ କରିବ। ଜୁଲାଇ ପହିଲାରୁ ଆଇଆରସିଟିସିର ୱେବସାଇଟ୍ ବା ଆପ୍ ଜରିଆରେ କେବଳ ଆଧାର ଅଥେଣ୍ଟିକେସନ ୟୁଜର୍ସ ଟିକଟ ବୁକ୍ କରିପାରିବେ। ଏହା ପରେ ଜୁଲାଇ ୧୫ରୁ ତତ୍କାଳ ବୁକିଂ ପାଇଁ ଆଧାର ଆଧାରିତ ଓଟିପି ପ୍ରମାଣିକରଣକୁ ବାଧ୍ୟତାମୂଳକ କରିଦିଆଯିବ।
ଏହା ବ୍ୟତୀତ ରେଲଓ୍ୱେ ଟିକଟ ଏଜେଣ୍ଟ ବି ତତ୍କାଳ ଟିକଟ ବୁକିଂ ଓପନ ହେବା ପରେ ପ୍ରଥମ ଅଧଘଣ୍ଟା ଯାଏଁ ଟିକଟ ବୁକ୍ କରିପାରିବେନି। ଏସି ଶ୍ରେଣୀ ପାଇଁ ସମୟ ସକାଳ ୧୦ଟାରୁ ସାଢ଼େ ୧୦ଟା , ନନ-ଏସି ଲାଗି ସକାଳ ୧୧ଟାରୁ ସାଢ଼େ ୧୧ଟା ଯାଏ ଏହା ବଳବତ୍ତର ରହିବ।
