Thu. Mar 5th, 2026

ନ୍ୟୁଜ ଡେକ୍ସ : ୨୨୦ ନମ୍ବର ଜାତୀୟ ରାଜପଥର ଗିଧିବାସ ଛକ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ଏବଂ ଆଉ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଅଭାଗା ଘଟଣା ଦୋଳ ଉତ୍ସବର ଆନନ୍ଦ ମଧ୍ୟରେ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ନେମିଛି।ସୂଚନା ଅନୁସାରେ, ସମସ୍ତେ କରଞ୍ଜିଆରୁ ଦୋଳ ମେଲଣ ଦେଖି ଯଶିପୁରକୁ ଫେରୁଥିବା ବେଳେ ଗାଡ଼ିଟି ଅଚାନକ ନିୟନ୍ତ୍ରଣ ହରାଇଥିଲା।

ଫଳରେ କାର୍ଟି ରାସ୍ତା ପାଖରେ ଧକ୍କା ଲାଗି ଗୁରୁତର ଦୁର୍ଘଟଣା ଘଟିଥିଲା। କାର୍ରେ ଥିବା ସମସ୍ତେ ଯଶିପୁର ଅଞ୍ଚଳର ହୋଇଥିବା ଜଣାପଡ଼ିଛି।ଘଟଣାସ୍ଥଳରେ ଯଶିପୁର ଥାନା ଭଣ୍ଡାରୀପୋଷି ଗ୍ରାମର ସରୋଜ ମୁଖୀଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତମାନେ ହେଲେ ସାଗର ବେହେରା, ସୁଶାନ୍ତ ବେହେରା ଓ ଦେବେନ୍ଦ୍ର ବେହେରା। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଚିକିତ୍ସାଳୟକୁ ନେଇଯାଇଥିଲା।

ସେମାନଙ୍କ ମଧ୍ୟରୁ ଜଣେଙ୍କୁ କଟକ ବଡ଼ ମେଡିକାଲ ଓ ଅନ୍ୟ ଜଣେଙ୍କୁ କେନ୍ଦୁଝର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇଜଣ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଘଟଣା ସ୍ଥଳରେ ଯଶିପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ପୁଲିସ ପ୍ରୟାସ ଜାରି ରଖିଛି।

Leave a Reply

Your email address will not be published. Required fields are marked *