Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜଧାନୀର ରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ବିଏମ୍‌ସିର ସଫେଇ ଗାଡ଼ି। ଭୁବନେଶ୍ୱର ସ୍ଥିତ ଡମଣା ଛକରେ ଏହି ଅଘଟଣ ଘଟିଛି। ଏହି ଅଘଟଣରେ କାହାର କିଛି କ୍ଷତି ହୋଇ ନାହିଁ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସଫେଇ ଗାଡ଼ିକୁ ଫୋମ ସାହାର୍ଯ୍ୟରେ ନିଆଁ ଲିଭିଇବାକୁ ଉଦ୍ୟମ କରୁଛନ୍ତି ଅଗ୍ନିଶମ କର୍ମଚାରୀ। ଅଗ୍ନିକାଣ୍ଡ ପରେ ଡମଣା ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲା।

ଫଳରେ ଗୋଟିଏ ପାର୍ଶ୍ବରେ ଯାନବାହନ ଯାତାୟାତ କରୁଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି। ସୂଚନା ଅନୁଯାଇ, ମଙ୍ଗଳବାର ଦିନ ପ୍ରାୟ ୧୧ଟା ବେଳେ ବିଏମ୍ସିର ଏକ ସଫେଇ ଗାଡ଼ି ରାସ୍ତାକୁ କଡ଼ରୁ ବାଲି ସଫା କରୁଥିଲେ। ସେହି ସମୟରେ ସଫେଇ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ସଂପୂର୍ଣ୍ଣ ଗାଡ଼ିକୁ ଗ୍ରାସ କରି ନେଇଥିଲା। ନିଆଁ ଲାଗିଥିବା ଦେଖି ଗାଡ଼ି ଚାଳକ ଏବଂ ସଫେଇ କର୍ମଚାରୀ ଗାଡିରୁ ଡ଼େଇଁପଡ଼ି ବାହାରକୁ ଚାଲି ଆସିଥିଲେ। ସ୍ଥାନୀୟଲୋକ ଏନେଇ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ।

ପ୍ରଥମେ ଗୋଟିଏ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଗାଡ଼ିକୁ ଫୋମ୍ ଏବଂ ପାଣି ମାଡ଼ କରିଥିଲେ। ତଥା ନିଆଁ ଆୟତ୍ତକୁ ଆସିନଥିଲା। ପରେ ଆଉ ଏକ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ତେବେ ସେତେ ବେଳେ ସଫେଇ ଗାଡ଼ିରୁ ସଂପୂର୍ଣ୍ଣ ପୋଡ଼ି ପାଉଁଶ ହୋଯାଇଥିଲା। ତେବେ ସଫେଇ ଗାଡ଼ିରେ କେଉଁ କାରଣ ଅଗ୍ନିକାଣ୍ଡ ଘଟିଛି ତାହ ଜଣାପଡିନାହିଁ। ଗାଡ଼ିରେ ମେଣ୍ଟେନାନ୍ସ ଅଭାବ କିମ୍ବା ମୋବିଲ ଲିକ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *