Mon. Dec 23rd, 2024

ନ୍ୟୁଜ ଡେକ୍ସ: ମଟର ସାଇକେଲ ଆରୋହିଙ୍କୁ ବଞ୍ଚାଇବାକୁ ଯାଇ ଷ୍ଟିୟରିଂ ମୋଡ଼ି ଦେଲେ ବସ୍ ଡ୍ରାଇଭର। ଆଖିପିଛୁଳାକେ ଘଟିଘଲା ଭୟଙ୍କର ସଡ଼କ ଦୁର୍ଘଟଣା। ଚାଲିଗଲା ୯ ଜୀବନ। ମହାରାଷ୍ଟ୍ର ଗୋନ୍ଦିଆ ଜିଲ୍ଲା ଖାଜରି ଗାଁ ନିକଟରେ ଏଭଳି ଦୁର୍ଘଟଣା ଘଟିଛି।

ମହାରାଷ୍ଟ୍ର ରାଜ୍ୟ ପରିବହନ ନିଗମର ଏକ ବସ୍ କୋହମ୍ରା ରାଜପଥ ଦେଇ ନାଗପୁରରୁ ଗୋନ୍ଦିଆ ଅଭିମୁଖେ ଯାତ୍ରା କରୁଥିଲା। ସୂଚନା ଅନୁସାରେ, ଏକ ସରକାରୀ ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ଏହି ସମୟରେ ଗୋନ୍ଦିଆ ଜିଲ୍ଲୀ ବିନ୍ଦ୍ରବାନ ତୋଲା ନିକଟରେ ହଠାତ୍ ବସଟି ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି।

ଏଥିସହ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *