Sat. Feb 21st, 2026

ନ୍ୟୁଜ ଡେକ୍ସ : ଭାରତର ଅଗ୍ରଣୀ ହସ୍ପିଟାଲ୍ ନେଟୱର୍କ ମଣିପାଲ୍ ହସ୍ପିଟାଲ୍ସ ଗ୍ରୁପ୍ ଅଧୀନରେ ଥିବା ଭୁବନେଶ୍ୱରର ମଣିପାଲ୍ ହସ୍ପିଟାଲ୍ ପକ୍ଷରୁ ‘MAHI (Manipal Hospitals Healthy India)’ ନାମରେ ଏକ ନୂଆ ପ୍ରତିରୋଧାତ୍ମକ ସ୍ୱାସ୍ଥ୍ୟ ଓ ୱେଲନେସ୍ ପ୍ଲାଟଫର୍ମ ଆରମ୍ଭ କରାଯାଇଛି। ଏହି ପ୍ଲାଟଫର୍ମର ଶୁଭାରମ୍ଭ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ ମୁଖ୍ୟ ଅତିଥି ଭାବରେ ଉଦଘାଟନ କରିଥିଲେ।

ଏହି ଅବସରରେ ବିଧାୟକ ବାବୁ ସିଂହ କହିଥିଲେ ଯେ, ମଣିପାଲ୍ ହସ୍ପିଟାଲ୍ ସଦା ସର୍ବଦା ରୋଗୀଙ୍କ ସୁସ୍ଥତାକୁ ପ୍ରାଥମିକତା ଦେଇଆସୁଛି। ‘MAHI’ ଭଳି ପ୍ରତିରୋଧାତ୍ମକ ପଦକ୍ଷେପ ଲୋକମାନଙ୍କୁ ରୋଗ ହେବା ପୂର୍ବରୁ ସଚେତନ କରିବ ଏବଂ ନିଶ୍ଚିତ ଭାବରେ ଓଡ଼ିଶାବାସୀଙ୍କ ପ୍ରତ୍ୟେକ ଘରକୁ ପହଞ୍ଚିବ ବୋଲି ସେ ଆଶା ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ଡାକ୍ତର ଶକ୍ତିମୟ ମହାପାତ୍ର (କ୍ଲଷ୍ଟର ଡାଇରେକ୍ଟର – ସାଉଥ୍ ଇଷ୍ଟ, ମଣିପାଲ୍ ହସ୍ପିଟାଲ୍) ସହିତ ଅନେକ ଅଭିଜ୍ଞ ଡାକ୍ତର, ସ୍ୱାସ୍ଥ୍ୟ ବିଶେଷଜ୍ଞ, ନର୍ସ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ସେମାନେ ପ୍ରତିରୋଧାତ୍ମକ ସ୍ୱାସ୍ଥ୍ୟ ସେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ‘MAHI’ ର ଭୂମିକା ବିଷୟରେ ଆଲୋକପାତ କରିଥିଲେ।

ବିଶେଷଜ୍ଞମାନଙ୍କ ମତାନୁସାରେ, ଆଜିକାଲି ଲୋକମାନେ ରୋଗ ହେବା ପରେ ଚିକିତ୍ସା କରିବା ଠାରୁ ଆଗରୁ ସ୍ୱାସ୍ଥ୍ୟ ଯତ୍ନ ନେବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ୨୦୨୬ ସୁଦ୍ଧା ପ୍ରତିରୋଧାତ୍ମକ ସ୍ୱାସ୍ଥ୍ୟ ବଜାର ୧୬ ହଜାର କୋଟି ଟଙ୍କାରୁ ଅଧିକ ହେବାର ଅନୁମାନ କରାଯାଇଛି। କୋଭିଡ୍ ପରେ ପ୍ରାୟ ୪୦ ପ୍ରତିଶତ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା ଓ ପ୍ରତିରୋଧାତ୍ମକ ଚିକିତ୍ସା ପ୍ରତି ସଚେତନ ହୋଇଛନ୍ତି।ଦେଶରେ ଡାଏବେଟିସ୍‌, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଭଳି ଦୀର୍ଘକାଳୀନ ରୋଗରେ ପୀଡ଼ିତ ଲୋକଙ୍କ ସଂଖ୍ୟା ବଢ଼ୁଥିବାରୁ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ରୋଗର ଆଗୁଆ ଚିହ୍ନଟ ଅତ୍ୟନ୍ତ ଆବଶ୍ୟକ। ଏହି ଦୃଷ୍ଟିକୋଣରୁ ମଣିପାଲ୍ ହସ୍ପିଟାଲ୍ ପକ୍ଷରୁ ଆରମ୍ଭ ହୋଇଥିବା ‘MAHI’ କୁ ଏକ ସହଜ, ବିଶ୍ୱସନୀୟ ଓ ସମଗ୍ର ସ୍ୱାସ୍ଥ୍ୟ ସାଥୀ ଭାବେ ଗଢ଼ାଯାଇଛି। ଏହି ପ୍ଲାଟଫର୍ମ ମାଧ୍ୟମରେ ସାଧାରଣ ଲୋକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା, ନିୟମିତ ହେଲଥ୍ ଚେକଅପ୍‌, ଡାକ୍ତରଙ୍କ ପରାମର୍ଶ ଓ ଟୀକାକରଣ ସେବା ସହଜରେ ପାଇପାରିବେ।

Leave a Reply

Your email address will not be published. Required fields are marked *