Thu. Oct 23rd, 2025

ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତରେ ବାହାରି ସାରିଛନ୍ତି। ସେ ବର୍ତ୍ତମାନ ମିଜୋରାମରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ରାଜ୍ୟକୁ ରେଳ ଲାଇନ୍ ଉପହାର ଦେଇଛନ୍ତି।

ଏହା ସହ ପ୍ରଧାନମନ୍ତ୍ରୀ ମିଜୋରାମର ଆଇଜଲରେ ୯ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି।ଏହି ଅବସରରେ ମୋଦୀ ଏକ ଜନସଭାକୁ ସମ୍ବୋଧନ କରି କହିଛନ୍ତି ଯେ ମଣିପୁର ସାହସ ଓ ବୀରତ୍ୱର ଭୂମି । ମୁଁ ମଣିପୁରର ଲୋକମାନଙ୍କର ଉତ୍ସାହକୁ ସଲାମ କରୁଛି । ପ୍ରବଳ ବର୍ଷା ସତ୍ୱେ ଆପଣମାନେ ଏଠାକୁ ଆସିଥିବାରୁ ଧନ୍ୟବାଦ ଜଣାଉଛି । ମଣିପୁର ନାମରେ ‘ମଣି’ ଶଦ୍ଦ ରହିଛି । ‘ମଣି’ ଭବିଷ୍ୟତରେ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳକୁ ଉଜ୍ଜ୍ୱଳ କରିବାର ପ୍ରତୀକ ।

ସରକାର ମଣିପୁରକୁ ବିକାଶର ପଥରେ ଆଗେଇ ନେବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ୭ହଜାର କୋଟି ଟଙ୍କାର ପ୍ରକଳ୍ପଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।ମଣିପୁର ଏକ ସୀମାନ୍ତ ରାଜ୍ୟ, ଏଠାକୁ ଯୋଗାଯୋଗ ସବୁବେଳେ ଏକ ଚ୍ୟାଲେଞ୍ଜ । ମୁଁ ମୋଦୀ କହିଛନ୍ତି ଯେ ମୁଁ ଭଲଭାବେ ବୁଝୁଛି ଯେ ଭଲ ରାସ୍ତାର ଅଭାବ ହେତୁ ଆପଣମାନେ ଅନେକ ଅସୁବିଧାରେ ପଡୁଛନ୍ତି । ମଣିପୁରରେ ରାସ୍ତା ଓ ରେଳପଥ ନିର୍ମାଣ ପାଇଁ ବଜେଟ୍‍ ବୃଦ୍ଧି କରାଯାଇଛି ।

Leave a Reply

Your email address will not be published. Required fields are marked *