Thu. Oct 23rd, 2025

ନ୍ୟୁଜ ଡେକ୍ସ: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ସୋମବାର ଦିନ ଏକ ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସହରର ମଞ୍ଚେଶ୍ୱର ଥାନା ଅଧୀନସ୍ଥ ବାରିମୁଣ୍ଡା ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ମୁତାବକ, ଭୁବନେଶ୍ୱର ଇଞ୍ଜଣା ରୋକଟ ଓ ମଞ୍ଚେଶ୍ବରକୁ ସଂଯୋଗ କରୁଥିବା ରାସ୍ତାକୁ ସୋମବାର ଅବରୋଧ କରିଥିଲେ ସ୍ଥାନୀୟ ଲୋକେ ।

ଏହି ଅଞ୍ଚଳରେ ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ୫ରୁ ଅଧିକ ଆହତ ହୋଇଥିବାରୁ ଗ୍ରାମବାସୀ ରାସ୍ତାରୋକ କରିଥିଲେ । ଉତ୍ପାତିଆ ଷଣ୍ଢକୁ ତୁରନ୍ତ କାବୁ କରିବାକୁ ବିଏମ୍ସିକୁ ଦେଇଥିଲେ ଅଲଟିମେଟମ୍ । ଉତ୍ପାତିଆ ଷଣ୍ଢକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ବିଏମ୍ସିକୁ ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ ବିଏମ୍ସି ଉଦାସୀନ ଥିବା ବେଳେ ଜନ ଅସନ୍ତୋଷ ବି ବଢିଥିଲା । ଷଣ୍ଢ ଭୟରେ ଲୋକେ ବାହାରକୁ ବାହାରିବାକୁ ଡରିବା ସହ ଅନ୍ୟ ଗୋରୁ ଗାଈଙ୍କୁ ସୁରକ୍ଷା ନେଇ ଚିନ୍ତା ବି ବଢିଥିଲା । ଲୋକେ ତୁରନ୍ତ ଷଣ୍ଢକୁ କାବୁ କରିବାକୁ ପ୍ରଶାସନକୁ ଜଣାଇଥିଲେ । ତେବେ ଉତ୍ପାତିଆ ଷଣ୍ଢଟି ମଣିଷମରା ପାଲଟିବା ପରେ ଅସନ୍ତୋଷ ବିସ୍ଫୋରକ ସ୍ଥିତିରେ ପହଞ୍ଚିଥିଲା । ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଓ ୫ ଜଣ ଆହତ ହେବା ପରେ ସୋମବାର ରାସ୍ତାକୁ ଓହ୍ଲାଇଥିଲେ ଲୋକେ ।

ଷଣ୍ଢକୁ କାବୁ ନ କରିବା ଯାଏ ରାସ୍ତାରୋକରୁ ହଟିବେ ନାହିଁ ବୋଲି ବିଏମ୍ସିକୁ ଚେତାବନୀ ଦେଇଥିଲେ । ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ବିଏମ୍ସି ମଧ୍ୟ ତୁରନ୍ତ ଷଣ୍ଢକୁ ଟ୍ରାଙ୍କୁଲାଇଜ କରିବାକୁ ପ୍ରତିଶ୍ରୁତି ଦେବା ପରେ ସ୍ଥିତି ଶାନ୍ତ ପଡିଥିଲା । ତେବେ ଆଶ୍ୱସ୍ତିକର ଖବର ହେଉଛି ଶେଷରେ କାବୁ ହୋଇଛି ମଣିଷ ମରା ଷଣ୍ଢ । ଫାଶ ପକାଇ ଷଣ୍ଢକୁ ଧରିଛନ୍ତି ଗୋ ସେବକ। ହେଲେ ଧରା ପଡ଼ିବା ପରେ ଷଣ୍ଢଟିର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମୃତ ଷଣ୍ଢକପ ଗାଁ ଲୋକେ ସମାଧି ଦେବେ ।

Leave a Reply

Your email address will not be published. Required fields are marked *