ନ୍ୟୁଜ ଡେସ୍କ: କୋରେଇ ଥାନା ବରୁଣ୍ଡେଇ ସ୍ଥିତ ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି । ଶୁକ୍ରବାର ବିଳମ୍ବିତ ରାତିରେ ମା’ଙ୍କ ରୁପା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ମା’ଙ୍କ ଗହଣା ସମେତ ପାର୍ଶ୍ୱ ଦେବାଦେବୀଙ୍କ ଗହଣା ମଧ୍ୟ ଚୋରି ହୋଇଛି ।
ପାଖାପାଖି ୧୦ ଲକ୍ଷ ଟଙ୍କାର ଆଳଙ୍କର ଲୁଟ ହୋଇଥିବା ଖବର ମିଳିଛି । ସୂଚନା ମୁତାବକ, ଗତକାଲି ରାତିରେ ଭୋଜିଭାତ ସରିବା ପରେ କମିଟି ସଦସ୍ୟ ଓ ପୂଜକ ମନ୍ଦିର ଭିତରେ ଶୋଇଥିଲେ। ହଠାତ ରାତି ୨ଟା ବେଳେ ମନ୍ଦିର ମୁଖ୍ୟ ଦ୍ୱାର ଖୋଲାଥିବା ଦେଖିଥିଲେ କମିଟି ସଦସ୍ୟ ଓ ପୂଜକ। ପରେ ଜାଣିବାକୁ ପାଇଥିଲେ ମାଆଙ୍କର ସମସ୍ତ ସୁନା ରୁପାଅଳଙ୍କାର ଲୁଟି ହୋଇଯାଇଛି।
ଘଟଣା଼ ସଂପର୍କରେ କୋରାଇ ପୁଲିସକୁ ପୂଜକ ଓ ଶୋଇଥିବା କମିଟି ସଦସ୍ୟ ଜଣାଇଥିଲେ। ମାଆଙ୍କ ହାର,ମୁକୁଟ, ତ୍ରିଶୂଳ, କାନଫୁଲ, ନାକଫୁଲ ଇତ୍ୟାଦି ସୁନାରୁପା ଗହଣା ପାଖାପାଖି ୧୫ ଲକ୍ଷ ଟଙ୍କାର ଗହଣା ଲୁଟ ହୋଇଥିବା କୋରେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।