Mon. Dec 23rd, 2024

ନ୍ୟୁଜ ଡେସ୍କ: ଆସିଛି ଆଲୋକର ପର୍ବ ଦୀପାବଳି। ମଧ୍ୟରାତ୍ରୀରେ ଧରାବତରଣ କରିବେ ମା’କାଳୀ । ମନ୍ଦିରରୁ ମଣ୍ଡପ ସବୁଠି ବହୁ ଧୁମଧାମରେ ଚାଲିଛି ମା’ଙ୍କ ଆରାଧନା ପାଇଁ ପ୍ରସ୍ତୁତି। ବିଶ୍ବାସ ରହିଛି, ମା’ କାଳୀଙ୍କ ପୂଜା କଲେ ନିଜ ଭିତରୁ ଓ ଚାରିପାଖରୁ ନକାରାତ୍ମକ ଶକ୍ତି ସବୁ ଦୂର ହୋଇ ସକାରାତ୍ମକ ଶକ୍ତିରେ ମନ ଓ ପରିବେଶ ଭରିଯାଏ।

ସେହିପରି ଭାରତର ଅଧିକାଂଶ ରାଜ୍ୟରେ ଦୀପାବଳି ଅମାବାସ୍ୟାରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ। ହେଲେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆସାମରେ ଦେବୀ କାଳୀଙ୍କୁ ଏହି ଦିନ ପୂଜା କରାଯାଇଥାଏ। ଏହିଦିନ ପୂଜାରେ ଉଭୟ ଘିଅ ଓ ତେଲ ଦୀପ ଜଳାଇବାର ମହତ୍ୱ ରହିଛି , ଆଜିର ଦିନରେ ଉଭୟ ଘିଅ ଓ ତେଲ ଦୀପ ର ବ୍ୟବହାର ହୋଇଥାଏ l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଘରର ଇଷ୍ଟ ଦେବଦେବୀ ଙ୍କ ନିକଟରେ ଘିଅ ଦୀପ ଅର୍ପଣ କରାଯାଇ ଥାଏ l

ଆଜିର ଦିନରେ ଘରର ଅନ୍ୟ ସ୍ଥାନରେ ତେଲ ଦୀପ ଜଳାଇ ରଖାଯାଏ l ଏହାଦ୍ୱାରା ଶନି ଙ୍କ ଅଶୁଭ ପ୍ରଭାବ କମ ହୋଇଥାଏ l ଆଜି ଘିଅ , ରାଶି ତେଲ ଓ ସୋରିଷ ଟେଲର ଦୀପ ଘରର ବିଭିନ୍ନ ସ୍ଥାନରେ ଅର୍ପଣ କରାଯାଏ l ଯଦି ଆମେ ଅଳସି ତେଲ ର ଦୀପ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରିଥାଉ ତେବେ ଲକ୍ଷ୍ମୀ କୃପା ଲାଭ କରିଥାଉ l ଏବଂ ଜାତକ ରେ ରlହୁ ଓ କେତୁ ଙ୍କ ପ୍ରଭାବ ହ୍ରାସ ହୋଇଥାଏ l

Leave a Reply

Your email address will not be published. Required fields are marked *