ନ୍ୟୁଜ ଡେକ୍ସ: ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପୂରା ଆଟାକିଂ ମୁଡ୍ରେ ଅଛି ବିଜେଡି। ଦଳରେ ନେତାମାନେ ଖୋଲାଖୋଲି ଭାବେ ମୋହନ ସରକାର ଓ ବିଜେପିକୁ ଚ୍ୟାଲେଞ୍ଜ ଦେଇ ପାରିବା ପଣିଆ ଦେଖାଇବାକୁ ଆହ୍ୱାନ ଦେବାର ଲାଗିଛନ୍ତି। ତାକତ ଅଛି ତ ବିଜେଡିର ଭାଡି ପୁରା ଖାଲି କରିକି ଦେଖାଅ। ବିଜେଡି ଜନସମ୍ପର୍କ ପଦଯାତ୍ରା ବେଳେ ବିଧାୟକ ବଦ୍ରିନାରାୟଣ ପାତ୍ର ମନମୋହନଙ୍କୁ ଏହି ଚ୍ୟାଲେଞ୍ଜ ଦେଇଛନ୍ତି।
ଖାଲି ବୟାନବାଜିରେ କିଛି ଲାଭ ନାହିଁ, କାହା ମୁହଁରେ ହାତ ଦେଇ ହେବନାହିଁ ବୋଲି ବଦ୍ରି କହିଛନ୍ତି। ନିକଟରେ ଦୁଇ ରାଜ୍ୟସଭା ସାଂସଦ ବିଜେଡି ଛାଡି ବିଜେପିରେ ମିଶିବା ପରେ ବିଜେଡି ଦଳ ଧୀରେ ଧୀରେ ଭାଙ୍ଗିଯିବ ବୋଲି କହିଥିଲେ ମନମୋହନ। ଏହି ବୟାନକୁ ନେଇ ବଦ୍ରି କହିଛନ୍ତି ବହୁତ ଲୋକ ଅନେକ କିଛି କଥା କହିବେ, କିଏ କହିଲା ବେଳେ କାହା ମୁହଁ କଣ ବନ୍ଦ କରିହେବ। ଏସବୁ ନିରର୍ଥକ କଥା କହିବାରେ କିଛି ଲାଭ ନାହିଁ। ବିଜୁ ଜନତା ଦଳ ଏକ ଆଞ୍ଚଳିକ ଦଳ।
ଏତେ ବଡ ଦଳକୁ ଶେଷ କରିବା କାହାର ତାକତ ଅଛି। ଯଦି ଅଛି କରି ଦେଖାନ୍ତୁ।ଉଲ୍ଲେଖଯୋଗ୍ୟ, ଗତକାଲି ପ୍ରଣବ ପ୍ରକାଶ ଦାସ ମୋହନ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। କହିଥିଲେ ଯେ, ଯାଜପୁରର ବିକାଶ ପାଇଁ ଯଦି ମୁଁ ଭୁଲ୍ କରିଛି ତା’ହେଲେ ସେଭଳି ଭୁଲ୍ ବାରମ୍ବାର କରିବି । ଯଦି ମୁଁ ଦୁର୍ନୀତି କରିଛି ବୋଲି କହୁଛ, ତେବେ କାହିଁକି ବାନ୍ଧୁନ ବୋଲି ଓଲଟା ମୋହନ ସରକାରଙ୍କୁ ପ୍ରଶ୍ନ କରିଥିଲେ।