ନ୍ୟୁଜ ଡେକ୍ସ : ଉତ୍ତରାଖଣ୍ଡର ମନସା ଦେବୀ ମନ୍ଦିରରେ ଏକ ଗୁଜବ କାରଣରୁ ରବିବାର ସକାଳେ ଦଳାଚକଟା ହୋଇଛି । ଏହି ଅଘଟଣରେ 6 ଜଣ ଭକ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ 29 ଜଣ ଭକ୍ତ ଆହତ ହୋଇଛନ୍ତି । ମନ୍ଦିର ସିଡିରେ ବିଦ୍ଯୁତ୍ ତାର ପଡିଥିବାର ଗୁଜବ ଖେଳିବା ପରେ ମନ୍ଦିର ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଶ୍ରାବଣ ମାସ ପାଇଁ ମନ୍ଦିର ପରିସରରେ ବହୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ SDRF ଏବଂ ପୋଲିସ ଫୋର୍ସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ମିଶି ସମସ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ମୋଟ ୩୫ ଜଣ ଆହତଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା।ମୁଖ୍ୟମନ୍ତ୍ରୀ ଧାମି ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ହରିଦ୍ୱାରର ମନସା ଦେବୀ ମନ୍ଦିର ରାସ୍ତାରେ ଦଳାଚକଟା ହେବା ବିଷୟରେ ବହୁତ ଦୁଃଖଦ ଖବର ମିଳିଛି।
ଏସଡିଆରଏଫ, ସ୍ଥାନୀୟ ପୋଲିସ ଏବଂ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ପରିପ୍ରେକ୍ଷୀରେ, ମୁଁ ସ୍ଥାନୀୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛି ଏବଂ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ସମସ୍ତ ଭକ୍ତଙ୍କ ସୁରକ୍ଷା ପାଇଁ ମୁଁ ମାତା ରାଣୀଙ୍କ ନିକଟରେ ପ୍ରାର୍ଥନା କରୁଛି।
