ନ୍ୟୁଜ ଡେକ୍ସ : ରାଜସ୍ଥାନର ଜୟପୁରରେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଆୟୋଜନ କରାଯାଇଥିଲା।ଯେଉଁଥିରେ ମନିକା ବିଶ୍ୱକର୍ମା ଜିତିଛନ୍ତି ଏବଂ ଏହି ପ୍ରତିଯୋଗିତାର ବିଜୟୀ ପରେ ମୁକୁଟ ତାଙ୍କ ମୁଣ୍ଡରେ ରଖାଯାଇଥିଲା। ୟୁପିର ତାନିୟା ଶର୍ମା, ହରିୟାଣାର ମେହକ ଢିଙ୍ଗ୍ରା ପ୍ରଥମ ଓ ଦ୍ୱିତୀୟ ରନରଅପ ହୋଇଛନ୍ତି।
ଏହି ପ୍ରତିଯୋଗିତାରେ ୟୁପିର ତାନିୟା ଶର୍ମା, ହରିୟାଣାର ମେହକ ଢିଙ୍ଗ୍ରା ପ୍ରଥମ ଓ ଦ୍ବିତୀୟ ରନରଅପ୍ ହୋଇଛନ୍ତି। ଏହି ପ୍ରତିଯୋଗିତା ଜିତିବା ପରେ ଥାଇଲାଣ୍ଡରେ ହେବାକୁ ଥିବା ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେବେ ମନିକା ବିଶ୍ବକର୍ମା। ସୋସିଆଲ ମିଡ଼ିଆରେ ସାହସ ଓ ସରଳତା ସହିତ ଲୋକଙ୍କୁ ଆକର୍ଷିତ କରୁଥିବା ମନିକା ବିଶ୍ୱକର୍ମାଙ୍କ ସୌନ୍ଦର୍ଯ୍ୟଭରା ଆଖି ଏବଂ ଆତ୍ମବିଶ୍ୱାସର ହସ ସହିତ ଜୁରିଙ୍କ ହୃଦୟ ଜିତିଥିଲେ। ବର୍ତ୍ତମାନ ତାଙ୍କର ନଜର ସବୁଠାରୁ ବଡ ମୁକୁଟ ଉପରେ।ପୂର୍ବରୁ ୨୦୨୪ରେ ମନିକାଙ୍କୁ ମିସ୍ ୟୁନିଭର୍ସ ରାଜସ୍ଥାନ ପାଇଁ ଚୟନ କରାଯାଇଥିଲା।
ବର୍ତ୍ତମାନ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ମୁକୁଟ ଜିତିବା ପରେ ସେ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୭୪ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରୁଥିବାର ଦେଖିବାକୁ ମିଳିବ। ଯାହା ଏହି ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଯାଉଛି। ମନିକା ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଏବଂ ଜଣେ କଳାକାର ମଧ୍ୟ। ସେ ଲଳିତ କଳା ଏକାଡେମୀ ଏବଂ ଜେ.ଜେ ସ୍କୁଲ ଅଫ୍ ଆର୍ଟସ୍ ଭଳି ପ୍ରତିଷ୍ଠିତ ପ୍ରତିଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି। କେବଳ ସେତିନି ନୁହେଁ ସେ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ଅନ୍ତର୍ଜାତୀୟ ପଦକ୍ଷେପରେ ମଧ୍ୟ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି।

