ନ୍ୟୁଜ ଡେକ୍ସ: ୧୨୩ତମ ମନ୍ କି ବାତ କାର୍ଯ୍ୟକ୍ରମରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାଠୁ ନେଇ ଯୋଗ ଏବଂ ଜରୁରୀକାଳୀନ ପରିସ୍ଥିତି ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଜରୁରୀକାଳୀନ ପରିସ୍ଥିତି ଥୋପିଥିବା ଲୋକଙ୍କର ପରାସ୍ତ ହୋଇଛି ବୋଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପିଏମ୍ ନରେନ୍ଦ୍ର ମୋଦି ।
ସେ ଜରୁରୀକାଳୀନ ସମୟକୁ ମନେ ପକାଇ ଏହାର ସମାଲୋଚନା କରିଥିଲେ ଏବଂ କହିଥିଲେ ଯେ ଜରୁରୀକାଳୀନ ସମୟରେ ଲଢ଼ିଥିବା ଲୋକଙ୍କୁ ମନେ ରଖିବା ଉଚିତ୍ । କିଛିଦିନ ତଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୫୦ ବର୍ଷ ପୂରଣ ହୋଇଛି । ଆମେ ଦେଶବାସୀ ‘ସମ୍ବିଧାନ ହତ୍ୟା ଦିବସ’ ପାଳନ କରିଛୁ । ଆମେ ସର୍ବଦା ସେହି ସମସ୍ତ ଲୋକଙ୍କୁ ସ୍ମରଣ କରିବା ଉଚିତ, ଯେଉଁମାନେ ଜରୁରୀକାଳୀନ ପରିସ୍ଥିତିର ଦୃଢ଼ ଭାବେ ମୁକାବିଲା କରିଥିଲେ । ଏହା ଆମକୁ ଆମ ସମ୍ବିଧାନକୁ ସଶକ୍ତ ରଖିବା ପାଇଁ ନିରନ୍ତର ସଜାଗ ରହିବାକୁ ପ୍ରେରଣା ଦେଇଥିାଏ ।
ଏହି ସମୟରେ, ସ୍ୱାସ୍ଥ୍ୟ ବିଷୟରେ କହିବା ସମୟରେ, ସେ ଖାଦ୍ୟରେ ତେଲ ୧୦ ପ୍ରତିଶତ ହ୍ରାସ କରିବାର ଆବଶ୍ୟକତାକୁ ଦୋହରାଇଥିଲେ ଏବଂ ଲୋକମାନଙ୍କୁ ସ୍ୱଦେଶୀ ଉତ୍ପାଦ କିଣିବାକୁ ମଧ୍ୟ ନିବେଦନ କରିଥିଲେ । ଯଦି ଆମେ ଆମର ସାମର୍ଥ୍ୟ ବଢ଼ାଇବାକୁ ଚାହୁଁ, ତେବେ ପ୍ରଥମେ ଆମକୁ ଆମର ଫିଟନେସ୍ ଓ ସୁସ୍ଥତା ଉପରେ ଧ୍ୟାନ ଅଧିକ ଦେବାକୁ ହେବ । ବନ୍ଧୁଗଣ, ଫିଟନେସ୍ ପାଇଁ, ମୋଟାପଣ କମାଇବା ପାଇଁ ମୋର ଏକ ପରାମର୍ଶ ଆପଣଙ୍କର ମନେଅଛି ନା ! ଖାଦ୍ୟରେ ୧୦% ତେଲ କମ୍ କରନ୍ତୁ, ମୋଟାପଣ ହ୍ରାସ କରନ୍ତୁ । ଯେତେବେଳେ ଆପଣ ଫିଟ୍ ରହିବେ, ସେତେବେଳେ ଜୀବନରେ ଆହୁରି ଅଧିକ ସୁପର୍ହିଟ୍ ହେବେ ।ଡ଼ାକ୍ତର ଓ ସିଏ ସମାଜର ପିଲର’- ମନ୍ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡ଼ାକ୍ତର ଓ ଚାର୍ଟାର୍ଡ ଆକାଉଣ୍ଟଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ”ଆମେ ଜୁଲାଇ ୧ ତାରିଖରେ ଦୁଇଟି ପ୍ରମୁଖ ବୃତ୍ତି ପାଳନ କରିବାକୁ ଯାଉଛୁ । ଡାକ୍ତର ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦୁହେଁ ଆମ ସମାଜର ପିଲର୍ । ଆମ ଜୀବନକୁ ଉନ୍ନତ କରିଥାନ୍ତି ।
ଡାକ୍ତରମାନେ ଆମ ସ୍ୱାସ୍ଥ୍ୟ ରକ୍ଷକ ଓ ସିଏ ଆମ ଆର୍ଥିକ ଜୀବନର ମାର୍ଗଦର୍ଶକ ।”ମନ୍ କି ବାତର ୧୨୩ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ବୋଡୋଲ୍ୟାଣ୍ଡ ଆଜି ଏକ ନୂଆ ପରିଚୟ ସହ ଛିଡ଼ା ହୋଇଛି । ବୋଡୋଲ୍ୟାଣ୍ଡ ଆଞ୍ଚଳିକ କ୍ଷେତ୍ରରେ ବୋଡୋଲ୍ୟାଣ୍ଡ ସେମ୍ କପ୍ ଆୟୋଜନ କରାଯାଉଛି । ୩,୭୦୦ରୁ ଅଧିକ ଦଳ ଏବଂ ପ୍ରାୟ ୭୦,୦୦୦ ଅଂଶଗ୍ରହଣକାରୀ, ଯେଉଁଥିରେ ବହୁ ସଂଖ୍ୟକ ଝିଅ ମଧ୍ୟ ସାମିଲ ଅଛନ୍ତି । ହାଲିଚରଣ ନାର୍ଜାରୀ, ଦୁର୍ଗା ବୋରୋ, ଅପୂର୍ଣ୍ଣା ନାର୍ଜାରୀ ଏବଂ ମାନବୀର ବାସୁମାତାରୀ ରହିଛନ୍ତି । ଯେଉଁମାନେ ବୋଡୋଲ୍ୟାଣ୍ଡକୁ ତୃଣମୂଳ ସ୍ତରରୁ ଜାତୀୟ ମଞ୍ଚକୁ ନେଇଛନ୍ତି ।
