ନ୍ୟୁଜ ଡେକ୍ସ: ବୋନି କପୁର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କର ଅନ୍ତିମ ଫିଲ୍ମ ‘ମମ୍’ର ସିକ୍ୱେଲ ବନାଇବାକୁ ଯାଉଛନ୍ତି । ଏହି ଫିଲ୍ମରେ ଶ୍ରୀଦେବୀ ଓ ବୋନିଙ୍କର ସାନ ଝିଅ ଖୁସି କପୁର ନଜର ଆସିପାରନ୍ତି । ନିକଟରେ ବୋନି କପୁର ନିଜେ ଏ ସଂପର୍କରେ ପ୍ରକାଶ କରିଛନ୍ତି । ବୋନି କହିଛନ୍ତି, ସେ ଖୁସିଙ୍କର ‘ଆର୍ଚିଜ୍’ରୁ ନେଇ ‘ଲଭୟପା’, ‘ନାଦାନିୟାଁ’ ପରି ସବୁ ଫିଲ୍ମ ଦେଖିଛନ୍ତି ।
କିନ୍ତୁ ପ୍ରଯୋଜକ ତଥା ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର ଏହି ଫିଲ୍ମର ଏକ ସିକ୍ୱେଲ୍ ତିଆରି କରିବାକୁ ପ୍ରସ୍ତୁତ ହେଉଛନ୍ତି। ମମ୍ ୨ର ନିର୍ମାଣ ବିଷୟରେ ଆଲୋଚନା ଆରମ୍ଭ ହୋଇଛି। ଏନେଇ ବୋନି କପୁର କହିଛନ୍ତି ଯେ ସେ ମମ୍ ୨ ପାଇଁ ଖୁସି କପୁରଙ୍କୁ କାଷ୍ଟ କରିବାକୁ ଯୋଜନା କରୁଛନ୍ତି। ନିକଟରେ ଖୁସି କପୁର ବଲିଉଡ ଫିଲ୍ମରେ ଡେବ୍ୟୁ କରିଥିଲେ। ଯାହାପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମ ଅଫର ମିଳିଚାଲିଛି।
ଶ୍ରୀଦେବୀଙ୍କ ଫିଲ୍ମ “ମମ୍” ୭ ଜୁଲାଇ ୨୦୧୭ରେ ମୁକ୍ତିଲାଭ କରିଥିଲା। ଏହାକୁ ରବି ଉଦୟବର ନିର୍ମାଣ କରିଥିଲେ। ସଂଗୀତ ଦେଇଥିଲେ ଏ.ଆର. ରହମାନ ଏବଂ କୁତୁବ-ଏ-କୃପା। ଫିଲ୍ମର ପ୍ରଯୋଜକ ଥିଲେ ବୋନି କପୁର, ସୁନୀଲ, ମୁକେଶ ତଲରେଜା, ନରେଶ ଅଗ୍ରୱାଲ ଏବଂ ଗୌତମ ଜୈନ।
