Sat. Feb 21st, 2026

ନ୍ୟୁଜ ଡେକ୍ସ: ମହାରାଷ୍ଟ୍ର ତଡ଼ଭା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ୩ ବର୍ଷୀୟା ଚୁଲବୁଲି ଜିନ୍ନତ ଏବେ ଗର୍ଭବତୀ । ୩ ରାଜ୍ୟର ୭ ଜଙ୍ଗଲ ଘୂରିକି ଫେରିଥିବା ଏହି ମରାଠା ବାଘୁଣୀ ଶିମିଳିପାଳ ଅଭୟାରଣ୍ୟର ଜଣାଶୁଣା ମହାବଳ ‘ଟି-୧୨’ ସହ ସହବାସ ହୋଇଛି । ବନବିଭାଗ ସୂଚନା ମୁତାବକ, ସୁଦୂର ମହାରାଷ୍ଟ୍ରରୁ ଆସିଥିବା ଜିନ୍ନତକୁ ଜାନୁଆରୀ ପହିଲାରୁ ଯମୁନାଗଡ଼ସ୍ଥିତ ‘ସ୍ୱତନ୍ତ୍ର ଏନକ୍ଲୋଜର’ରେ ଛଡ଼ାଯାଇଥିଲା।

ସ୍ୱତନ୍ତ୍ର ଡାକ୍ତରୀ ଦଳ ବାଘୁଣୀର ଗତିବିଧି ଓ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖୁଥିଲେ। ଦେଢ଼ ମାସେ ତଳେ ବାଘୁଣୀକୁ ଏନ୍‌କ୍ଲୋଜରରୁ ଜଙ୍ଗଲକୁ ଛଡ଼ାଯାଇଛି। ଏହାପରେ ବାଘୁଣୀଟି ଯମୁନାଗଡ଼ଠାରୁ ଗୁଡୁଗୁଡିଆ ଜଙ୍ଗଲରେ ଘୂରି ବୁଲୁଛି। ସୁବର୍ଣ୍ଣରେଖା ନଦୀ ପହଁରି ଝାଡ଼ଖଣ୍ଡ ମୁହାଁ ହୋଇନାହିଁ କି ଅନ୍ୟ ରାଜ୍ୟ ସୀମା ଡେଇଁନାହିଁ। ଏହି ୨୫-୩୦ ବର୍ଗକିମି ଇଲାକାକୁ ଜିନ୍ନତ ନିଜର ଭାବେ ବାଛି ନେଇଛି ।‘‘ଟି-୧୨’ ହେଉଛି ମେଲାନିଷ୍ଟିକ୍‌ ପ୍ରଜାତିର ମହାବଳ। ବୟସ ପାଖାପାଖି ୧୧ ବର୍ଷ ହେବ ।

ଜଙ୍ଗଲର କିଛି ମାଈ ବାଘ ସହ ସହବାସ ହୋଇଛି। ମହାବଳଟିର ପିଲାପିଲି ସଂଖ୍ୟା ୮ ଟପିଯିବ । ଗତବର୍ଷ ଅକ୍ଟୋବରରେ ମହାରାଷ୍ଟ୍ରରୁ ଆସିଥିବା ଅନ୍ୟ ଏକ ବାଘୁଣୀ ଯମୁନା ପ୍ରେମରେ ପଡି଼ଥିଲା ଟି-୧୨ । ଯମୁନାକୁ ରଖାଯାଇଥିବା କବାଟଘାଇ ସେକ୍ସନର ଯମୁନାଗଡ଼ ଏନ୍‌କ୍ଲୋଜର ଚାରିପାଖେ ଢେର କିଛି ଦିନ ଘୁରି ବୁଲିଥିଲା।

Leave a Reply

Your email address will not be published. Required fields are marked *