ନ୍ୟୁଜ ଡେକ୍ସ: ଆଉ ମାତ୍ର ୪୦ ଘଣ୍ଟାର ଅପେକ୍ଷା। ପୃଥୀବି ପୃଷ୍ଠରେ ଓହ୍ଲାଇବେ ଦୁଇ ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ ଓ ବୁଚ୍ ୱିଲମୋର। ସମୟ ଓ ତାରିଖ ମଧ୍ୟ ନାସା ପକ୍ଷରୁ ସ୍ପଷ୍ଟ ହୋଇଛି। ପୃଥିବୀ ପୃଷ୍ଟରେ ଓହ୍ଲାଇବା ନେଇ ସ୍ପଷ୍ଟ କରିଛି ନାସା। ଆମେରିକା ସମୟ ଅନୁସାରେ ମଙ୍ଗଳବାର ସଂଧ୍ୟା ୫ଟା ୫୭। ଭାରତୀୟ ସମୟ ଅନୁସାରେ ବୁଧବାର ଭୋର ୩ଟା ୨୭ରେ ପୃଥିବୀ ପୃଷ୍ଟରେ ଧରାବତରଣ କରିବେ ଦୁଇ ମହାକାଶଚାରୀ।
ଏନେଇ ନାସା ଦେଇଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ୫.୫୭ ET ରେ ଫ୍ଲୋରିଡା ଉପକୂଳ ନିକଟରେ ସମୁଦ୍ରରେ ସ୍ପଲାସ୍ ଡାଉନ ହେବାର ଆଶା ରହିଛି । ସେହିସମୟରେ ଅର୍ଥାତ୍ ୨୧୫୭ GMT ଏବଂ ୧୯ ମାର୍ଚ୍ଚ ୩.୨୭ ଏଏମ୍ ISTରେ ପୃଥିବୀରେ ଅବତରଣ କରିପାରନ୍ତି ସୁନୀତା ଏବଂ ତାଙ୍କ ସାଥି ସଦସ୍ୟ । ତେବେ ପ୍ରତ୍ୟାବର୍ତ୍ତନକୁ ପ୍ରଥମେ ବୁଧବାର ପାଇଁ ସ୍ଥିର କରାଯାଇଥିଲା କିନ୍ତୁ ଅବତରଣ ପାଇଁ ଉତ୍ତମ ପାଗ ପରିସ୍ଥିତି ସୁନିଶ୍ଚିତ ହେବା ପରେ ଏହା ଆହୁରି ଜଲଦି ହୋଇଛି ବୋଲି କହିଛି ନାସା ।
ମାତ୍ର ୮ ଦିନର ଯାତ୍ରା ପାଇଁ ମହାକାଶ ଷ୍ଟେସନ୍ ଯାଇଥିବା ଭାରତୀୟ ବଂଶୋଦ୍ଭବ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ବୁଚ ଓ୍ବିଲମୋର ଦୀର୍ଘ ୯ମାସ ସେଠି ରହି ଶେଷରେ ପୃଥିବୀକୁ ଫେରୁଛନ୍ତି । ଏଇ ଗଲା ରବିବାର ନାସା ଏବଂ ସ୍ପେସଏକ୍ସ ନେତୃତ୍ବରେ ଯାଇଥିବା କ୍ରୁ ଡ୍ରାଗନ ମହାକାଶଯାନ, ସଫଳତାର ସହ ଆଇଏସଏସରେ ଡକିଂ କରିଥିଲା । ଏହାପରେ ମିଶନ ହସ୍ତାନ୍ତର କରି ପୃଥିବୀ ଫେରିବେ ସୁନୀତା ।
