Thu. Oct 23rd, 2025

ନ୍ୟୁଜ ଡେକ୍ସ: ମହାକୁମ୍ଭ ପାଇଁ ଚାଲିବ 8 ଟି ବସ୍ । ମହାକୁମ୍ଭ ମେଳା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡିଶାରୁ 8ଟୁ ବସ୍ ଯିବ । ଏନେଇ ସୂଚନା ଦେଲେ ଓଏସଆରଟିସି ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ । ମହାକୁମ୍ଭ ଯିବ 8 ବସ୍- 12 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବସ୍ ବାହାରିବ । 8ଟି ବସ୍ ଅଯୋଧ୍ୟା ଅଭିମୁଖେ ବାହାରିବ । ତେବେ ଯଦି ଆବଶ୍ୟକ ହୁଏ ତାହେଲେ ଅଧିକ ବସ୍ ଚଲେଇବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଅତିରିକ୍ତ ସଚିବ ।

ଆସନ୍ତା ୧୩ ତାରିଖରୁ ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହେଉଥିବାରୁ ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଓଡିଶାରୁ ୮ଟି ବସ ଗଡ଼ିବ। ଆବଶ୍ୟକ ହେଲେ ଅଧିକ ବସ ଚାଲିବା ବ୍ୟବସ୍ଥା କରାଯିବ। ଏହି ଯାତ୍ରା ପାଇଁ ପ୍ରତି ଯାତ୍ରୀଙ୍କୁ ୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ଟିକେଟ ଦେୟ ଦେବାକୁ ପଡିବ। ଏଥିରେ ମହିଳାଙ୍କ ପାଇଁ ୫୦% ରିହାତି ବ୍ୟବସ୍ଥା ରହିଛି। ସେହିପାରି ରହିବା, ଖାଇବାର ମଧ୍ୟ ବ୍ୟବସ୍ଥା କରିବ OSRTC। ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଏହି ବସ୍‌ ଗୁଡ଼ିକ ଅଯୋଧ୍ୟା ଯିବ ବୋଲି OSRTC ଅତିରିକ୍ତ ସଚିବ ଶ୍ରୀ ସେଠୀ କହିଛନ୍ତି।ଉଲ୍ଲେଖଯୋଗ୍ୟ, ଆସନ୍ତା ୧୩ ତାରିଖରୁ ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା। ଏଥିରେ ଦେଶ ବିଦେଶର କୋଟିକୋଟି ଶ୍ରଦ୍ଧାଳୁ, ସାଧୁସନ୍ଥ ଓ ସନ୍ନ୍ୟାସୀମାନେ ଯୋଗଦେଲେଣି। ବିଶେଷ କରି ନାଗା ସାଧୁମାନେ ପ୍ରୟାଗରାଜ ଆସିବା ଆରମ୍ଭ କଲେଣି। ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

୧୨ ବର୍ଷରେ ଥରେ ଏହି ମହାକୁମ୍ଭ ମେଳା ପଡ଼ୁଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି। ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଗଡିବ ସ୍ଵତନ୍ତ୍ର ବସ୍।ସିଧା ଓଡ଼ିଶାରୁ ଅଯୋଧ୍ୟା ସଂଯୋଗ କରିବ। ଏବେ ଓଡ଼ିଶାବାସୀ ସିଧା ଓଡ଼ିଶାର ପ୍ରମୁଖ ସହରରୁ ବସି ଅଯୋଧ୍ୟାର କୁମ୍ଭମେଳାରେ ଓହ୍ଲାଇବେ। ଏଥିପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ସଂଯୋଗ କରୁଥିବା ସ୍ବତନ୍ତ୍ର ବସ ସେବାର ଶୁଭାରମ୍ଭ କରିବେ ଓଡ଼ିଶା ସରକାର । ଯାହା ଆସନ୍ତା ଜାନୁଆରୀ ୧୩ରୁ ଆରମ୍ଭ ହୋଇ ୨୬ ଫେବୃଆରୀ ଯାଏ ଏହି ସେବା ଚାଲୁ ରହିବ। ତେବେ ଏହି ବସ୍ ସେବାଗୁଡ଼ିକ ଆସନ୍ତା ୧୩ ତାରିଖରୁ ୪ଟି ମୁଖ୍ୟ ମାର୍ଗ ଦେଇ ଯାତାୟାତ କରିବା। ପୁରୀରୁ ଅଯୋଧ୍ୟା, ସମ୍ବଲପୁରରୁ ଅଯୋଧ୍ୟା, ଭବାନୀପାଟଣାରୁ ଅଯୋଧ୍ୟା ଏବଂ ବ୍ରହ୍ମପୁରରୁ ଅଯୋଧ୍ୟା ଦେଇ ଚଳାଚଳ କରିବ ଏହି ସ୍ବତନ୍ତ୍ର ବସ୍। ପ୍ରତ୍ୟେକ ମାର୍ଗ ପାଇଁ ଗୋଟିଏ ଲେଖାଏଁ ବସ୍ ଚାଲିବା ।

Leave a Reply

Your email address will not be published. Required fields are marked *