Fri. Oct 24th, 2025

ନ୍ୟୁଜ ଡେକ୍ସ: ମହାକୁମ୍ଭ ମେଳା ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦମକଳ ଗାଡ଼ିକୁ ଘଟଣା ସ୍ଥଳକୁ ଡକା ଯାଇଛି। ତୁଳସୀ ମାର୍ଗରେ ସେକ୍ଟର -୧୯ ରେଲୱେ ବ୍ରିଜ୍ ତଳେ ବିବେକାନନ୍ଦ ସେବା ସମିତି ବାରଣାସୀର ଶିବିରରେ ଲାଗିଛି ନିଆଁ। ନିଆଁ ଖୁବ୍ ଜୋରରେ ବ୍ୟାପିବାରେ ଲାଗିଛି। ଘଟଣା ସ୍ଥଳରେ ଆତଙ୍କ ଖେଳି ଯାଇଛି। ସୂଚନା ଅନୁଯାୟୀ, ତୁଳସୀ ମାର୍ଗ ସେକ୍ଟର ୧୯ର ରେଲୱେ ଟ୍ରାକ ତଳେ ଥିବା ଗୀତା ପ୍ରେସ୍ ଗୋରଖପୁରର ଶିବିରରେ ଅଗ୍ନିକାଣ୍ଡ ଘଟିଛି।

ଯାହାକି କିଛି ସମୟ ମଧ୍ୟରେ ଭୟଙ୍କର ରୂପ ନେଇଥିଲା। ଅଗ୍ନିକାଣ୍ଡ ସଂସ୍ପର୍ଶରେ ସିଲିଣ୍ଡରଗୁଡ଼ିକ ଆସିବାରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା ଏବଂ ନିଆଁ ଗୋଟିଏ ଟେଣ୍ଟରୁ ଅନ୍ୟ ଟେଣ୍ଟକୁ ବ୍ୟାପିବାରେ ଲାଗିଥିଲା। ଦେଖୁଦେଖୁ କିଛି ସମୟ ମଧ୍ୟରେ ନିଆଁ ବହୁ ସଂଖ୍ୟାରେ ଟେଣ୍ଟ ଗୁଡିକୁ ଜାଳି ଦେଇଥିଲା। ତେବେ ଏହି ଅଗ୍ନିକାଣ୍ଡ ଯୋଗୁଁ ଦଳାଚକଟା ସ୍ଥିତି ଉପୁଜିଥିଲା। କୁହାଯାଉଛି କି, ସିଲିଣ୍ଡର ଲିକ୍ ହେବାରେ ନିଆଁ ଲାଗିଛି। ଅନ୍ୟ ସିଲିଣ୍ଡର ଗୁଡ଼ିକୁ ନେଇ ଲୋକେ ବାହାର ଆଡ଼କୁ ଦୌଡ଼ିବାର ଦେଖା ଯାଉଛି।

ଘଟଣା ସ୍ଥଳରେ ସବୁ ରେସ୍କ୍ୟୁ ଦଳ ପହଞ୍ଚି ସାରିଛନ୍ତି। ଏନଡିଆରଏଫ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଶିବିର ଭିତରୁ ଲଗାତାର ହାଲକା ଧରଣର ଶବ୍ଦ ମଧ୍ୟ ଆସୁଛି। ଘଟଣା ସ୍ଥଳରେ ଆମ୍ୱୁଲାନ୍ସ ମଧ୍ୟ ପହଞ୍ଚି ସାରିଛି। ମୁଖ୍ୟ ଅଗ୍ନିଶମ କେନ୍ଦ୍ରରୁ ୪ଟି ବଡ଼ ବଡ଼ ଦମକଳ ଗାଡ଼ି ଓ ୮ଟି ବୁଲେଟ୍ ମଧ୍ୟ ପ୍ରସ୍ଥାନ କରି ସାରିଛି। ମିଡ଼ିଆ ସେଣ୍ଟରରୁ ଦୁଇଟି ଅଗ୍ନିଶମ ଗାଡ଼ି ଘଟଣା ସ୍ଥଳକୁ ଯାଇଛି, ହେଲେ ରାସ୍ତା ଜାମ୍ ଯୋଗୁଁ ବାଟରେ ଫସି ରହିଛି।

Leave a Reply

Your email address will not be published. Required fields are marked *