Thu. Oct 23rd, 2025

ନ୍ୟୁଜ ଡେକ୍ସ: ଯୋବ୍ରା ଆନିକଟ ନିକଟରେ ଗାଧୋଇବା ବେଳେ ଅଘଟଣ। ପାଣିରେ ବୁଡ଼ି ୨ଜଣଙ୍କ ମୃତ୍ୟୁ, ଜଣେ ଉଦ୍ଧାର । ୩ଜଣ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ।

ତେବେ ସୂଚନା ମୁତାବକ, ଆଜି ପ୍ରାୟ ଦିନ ୨ଟା ସମୟରେ ଜୋବ୍ରା ଅଞ୍ଚଳର ୬ଜଣ ଯୁବକ ନଦୀକୁ ଗାଧୋଇବାକୁ ଆସିଥିବାବେଳେ ତିନି ଜଣ ବୁଡ଼ି ଯାଇଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀର କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବାବେଳେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀର କର୍ମଚାରୀମାନେ । ମୃତକଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବାବେଳେ ଜଣେ ସାବାଳକ । ତେବେ ନଦୀରେ ଗାଧୋଇବାକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ।

Leave a Reply

Your email address will not be published. Required fields are marked *