Thu. Oct 23rd, 2025

ନ୍ୟୁଜ ଡେକ୍ସ : ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା । ପ୍ରସ୍ତୁତ ଚାଲିଛି ମହାପ୍ରଭୁଙ୍କ ପାଇଁ ବିଶ୍ୱର ସର୍ବବୃହତ ରାକ୍ଷୀ । ଅଲିଅଳି ଭଉଣୀ ମା ସୁଭଦ୍ରା ବଡଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ପିନ୍ଧାଇବେ । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁ ଏହି ରାକ୍ଷୀ ପରିଧାନ କରାଇବେ ସିଂହାରି ସେବାୟତ । ରକ୍ଷା ବନ୍ଧନ ଭାଇ ଭଉଣୀ ଭିତରେ ଥିବା ସ୍ନେହ ଓ ପବିତ୍ର ବନ୍ଧନର ପର୍ବ ।

ମାଣିଆବନ୍ଧରେ ତିଆରି ହୋଇଥିବା ପାଟ ସୂତାରୁ ଏହି ରାକ୍ଷୀକୁ ପାଟରା ସେବାୟତ ଶ୍ରଦ୍ଧା, ଭକ୍ତି ଓ ବିଶ୍ୱାସର ସହ ପ୍ରସ୍ତୁତ କରିଥାଆନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ପ୍ରସ୍ତୁର୍ତ୍ତ ହେଉଛି ୪ଟି ରଙ୍ଗର ରାକ୍ଷୀ। ଏହି ରାକ୍ଷୀ ସହିତ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ପ୍ରସ୍ତୁତ କରାଯାଏ। ହଳଦିଆ, ନାଲି ରଙ୍ଗର ରାକ୍ଷୀ ଓ ଗୁଆମାଳ ଜଗନ୍ନାଥଙ୍କୁ, ନେଳି ଓ ବାଇଗଣୀ ରଙ୍ଗର ରାକ୍ଷୀ ବଳଭଦ୍ରଙ୍କୁ ଲାଗି କରାଯାଏ।ଏହାକୁ ରାକ୍ଷୀ ପୂର୍ଣ୍ଣିମାରେ ଗୋପାଳ ବଲ୍ଲଭ ଧୂପ ପରେ ପାଟେରା ବିଶୋଇ ସେବାୟତ ମାନେ ମେକାପକୁ ଦେଇଥାଆନ୍ତି।

ସିଂହାରି ସେବକ ମାନେ ଏହି ରାକ୍ଷୀକୁ ମହାପ୍ରଭୁଙ୍କୁ ଲାଗି କରିଥାନ୍ତି।ଭଉଣୀର ଭାଇ ପ୍ରତି ଥିବା ପ୍ରେମ ଓ ଅଭିଳାଷକୁ ନଜରରେ ରଖି ଶ୍ରୀ ମନ୍ଦିରରେ ମଧ୍ୟ ସୁଭଦ୍ରା ବଡ଼ ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କୁ ରାଖୀ ପିନ୍ଧାଇଥାନ୍ତି । ବିଶ୍ୱାସ ଓ ଐତିହ ଦୃଷ୍ଟି କୋଣରୁ ରାଖୀ ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା ଭାବେ ଶ୍ରୀ ମନ୍ଦିରରେ ପାଳନ କରିବା ସହ ଏହି ଦିନ ବଳଭଦ୍ରଙ୍କ ମଧ୍ୟ ଜନ୍ମ ଉତ୍ସବ ପାଳନ କରାଯାଇଥାଏ ।

Leave a Reply

Your email address will not be published. Required fields are marked *