ନ୍ୟୁଜ ଡେକ୍ସ: ଆଗାମୀ ଦିନରେ ମହାପ୍ରଭୁଙ୍କ ସୁନାବେଶରେ ଲାଗିବ ନୂଆ ଅଳଙ୍କାର । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । “ରତ୍ନଭଣ୍ଡାରର କୌଣସି ଅଳଙ୍କାର ଏଥିରେ ବ୍ୟବହାର ହବନି । ଏନେଇ ସରକାର ବ୍ୟବସ୍ଥା କରିବେ ଏବଂ ଭକ୍ତଙ୍କୁ ସ୍ବର୍ଣ୍ଣ ଦାନ ପାଇଁ ଅନୁରୋଧ କରାଯିବ” ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।ମନ୍ତ୍ରୀ କହିଛନ୍ତି, କିଛି ଅଳଙ୍କାର ପତଳା ଓ କିଛି ଦବି ଗଲାଣି ବୋଲି ସେବାୟତ ଜଣାଇଛନ୍ତି।
ତେବେ ନୂଆ ଅଳଙ୍କାର ଲାଗିବା ନେଇ ଛତିଶା ନିଯୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁରୋଧ ହୋଇଥିଲା। ମହାପ୍ରଭୁଙ୍କ ଇଚ୍ଛା ଥିଲେ ସବୁ ହୋଇ ପାରିବ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ। ଅନ୍ୟପଟେ ଆସନ୍ତା ଅଗଷ୍ଟରେ ରତ୍ନ ଗଣତି ମଣତି ନେଇ ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରର ଢାଞ୍ଚାଗତ ସଂରକ୍ଷଣ ସମ୍ପୂର୍ଣ୍ଣ କରି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛି।
ସଂରକ୍ଷଣ କାର୍ଯ୍ୟ ଦ୍ୱାରା ରତ୍ନ ଭଣ୍ଡାର ଆଗାମୀ ୧୦୦ବର୍ଷ ପାଇଁ ସୁରକ୍ଷିତ ରହିବ ବୋଲି ସୁନିଶ୍ଚିତ କରାଯିବ। ଗଣତିମଣତି ସମ୍ବନ୍ଧୀୟ କାର୍ଯ୍ୟ ଅଗଷ୍ଟରେ ଆରମ୍ଭ ହେବାର ସମ୍ଭାବନା ଅଛି। ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
