ନ୍ୟୁଜ ଡେକ୍ସ: ମହାରାଷ୍ଟ୍ର ଓ ଝାରଖଣ୍ଡ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବ। ଭାରତୀୟ ନିର୍ବାଚନ ଆୟୋଗ ଆଜି କାର୍ଯ୍ୟସୂଚୀ ଘୋଷଣା କରିବେ ବୋଲି ସୂଚନା ରହିଛି। ମହାରାଷ୍ଟ୍ର ନିର୍ବାଚନ ନଭେମ୍ବର ୨୬ ତାରିଖରେ ଶେଷ ହେବାକୁ ଥିବା ବେଳେ ଝାରଖଣ୍ଡ ନିର୍ବାଚନ ଜାନୁଆରି ୫ ତାରିଖରେ ଶେଷ ହେବ। ମହାରାଷ୍ଟ୍ରର ଆସନ ସଂଖ୍ୟା ୨୮୮ ହୋଇଥିବା ବେଳେ ଝାରଖଣ୍ଡର ୮୧ଟି ସିଟ୍ ରହିଛି।
ଆଜି ଘୋଷଣା ହେବ ତାରିଖ। ଭାରତୀୟ ନିର୍ବାଚନ କମିଶନର ଦିନ ୩ଟା ୩୦ରେ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିବେ। ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ଏହି ପ୍ରେସ୍ କନ୍ଫରେନ୍ସ ହେବ। ଏନେଇ ଇସିଆଇ ଖୋଦ୍ ଏକ ଚିଠି ଜାରି କରି କହିଛନ୍ତି। ସୂଚନା ଅନୁସାରେ ଏହି ଦୁଇ ରାଜ୍ୟରେ ଆସନ୍ତା ନଭେମ୍ବରର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହା ସହିତ ଆଜି ଉତ୍ତରପ୍ରଦେଶର ୧୦ଟି ଓ ଉତ୍ତରାଖଣ୍ଡର ଗୋଟିଏ ଆସନରେ ଉପ-ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରାଯାଇପାରେ। ଏଥିସହ କେରଳର ଓ୍ୱାଇନାଡ଼ ସମେତ ୩ଟି ଲୋକସଭା ଆସନରେ ମଧ୍ୟ ଉପ-ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ଇସିଆଇ।
ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୬ରେ ଶେଷ ହେବାକୁ ଯାଉଛି। ସେହିପରି ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ ଜାନୁଆରୀ ୫, ୨୦୨୫ ରେ ଶେଷ ହେବ।ପ୍ରତ୍ୟେକ ଥର ନିର୍ବାଚନ ଆୟୋଗ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାର ୪୫ ଦିନ ପୂର୍ବରୁ ନିର୍ବାଚନ ଆଚରଣ ବିଧି ଲାଗୁ କରନ୍ତି। ତଥାପି, ଯଦି ଆମେ ମହାରାଷ୍ଟ୍ର ସରକାରଙ୍କ କାର୍ଯ୍ୟକାଳକୁ ଦେଖିବା, ତେବେ ବର୍ତ୍ତମାନ କେବଳ ୪୦ ଦିନ ବାକି ଅଛି।