ନ୍ୟୁଜ ଡେକ୍ସ: ଦିନକ ପରେ ମହାଶିବରାତ୍ରୀ। ଏଥିପାଇଁ ପାଇଁ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଜାରି ହୋଇଛି। ଜାଗର ପାଇଁ ଲିଙ୍ଗରାଜ ମନ୍ଦିରରେ ଭିଡ଼ ଜମିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାଶିବରାତ୍ରୀ ନେଇ ଗତ ମଙ୍ଗଳବାର ଦିନ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ବସିଥିଲା।
ଏଥିରେ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଳନ ହେବାକୁ ଥିବା ମହାଶିବରାତ୍ରି ପୂର୍ବ ସନ୍ଧ୍ୟାରେ ଯାନବାହାନ ଚଳାଚଳ ସୁଗମ କରିବା, ଭିଡ଼ ନକରିବା ଏବଂ ପଦଯାତ୍ରୀଙ୍କ ପାଇଁ କୌଣସି ବାଧା ନସୃଷ୍ଟି କରିବା ପାଇଁ କେତେକ ନିୟମାବଳୀ ଲାଗୁ କରାଯାଉଛି।ରଥରୋଡ ଏବଂ ପୁନାମା ଗେଟ୍ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଦୁଇ ଓ ଚାରି ଚକିଆ ଯାନ ବଢ଼େଇବାଙ୍କ ଠାରୁ ଆଗକୁ ନ ଯାଇ ବିଏମ୍ ହାଇସ୍କୁଲ ପଡ଼ିଆରେ ପାର୍କିଂ କରିପାରିବେ । କେଦାରଗୌରୀ ମନ୍ଦିର ପଟୁ ଓ ସାନିଟାରୀୟମ୍ ଛକ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଯାନବାହନ କୋଟିତୀର୍ଥ ଗଳି ଦେଇ କେଚେରୀ ପିଣ୍ଡି ରାସ୍ତାରେ ଯାଇ ତରଙ୍ଗ କ୍ଲବ ପଛପଟେ ଥିବା ଖାଲି ସ୍ଥାନରେ ପାର୍କିଂ କରିପାରିବେ । ଏଥିପାଇଁ କୋଟି ତୀର୍ଥ ଗଳି ଠାରୁ ସିଦ୍ଧି ମଣ୍ଡପ ଗଳି ପର୍ଯ୍ୟନ୍ତ ରାସ୍ତାକୁ ଯାନବାହନ ଚଳାଚଳ ନିମେନ୍ତ ୱାନ ୱେ କରାଯାଇଛି ।ସାମନ୍ତରାପୁର ଛକ ପଟୁ ଆସୁଥିବା ଯାନବାହନ ଗୁଡ଼ିକ ଶ୍ରୀରାମ ନଗର ଓ ସବ୍ଷ୍ଟେସନ ଛକ ଦେଇ ଅନନ୍ତ ବାସୁଦେବ ମନ୍ଦିର ଉତ୍ତର ପାଶ୍ୱର୍ରେ ଏବଂ ତରଙ୍ଗ କ୍ଳବ ପଛପଟେ ଥିବା ଖାଲି ସ୍ଥାନରେ ଗାଡ଼ି ରଖିପାରିବେ ।
ସାମନ୍ତରାପୁର ପାର୍ଶ୍ୱରୁ ଆସୁଥିବା ଯାନବାହାନଗୁଡ଼ିକୁ ଶ୍ରୀରାମ ନଗର ଦେଇ ଚଳାଚଳ କରିବାକୁ ଅନୁମତି ଦିଆଯିବ। ଏହା ସବଷ୍ଟେସନ ଛକରେ ମିଶିବ। ଯେଉଁଠାରେ ସେଗୁଡ଼ିକୁ ଅନନ୍ତ ବାସୁଦେବ ମନ୍ଦିରର ଉତ୍ତର ପାର୍ଶ୍ୱ ଏବଂ ତରଙ୍ଗା କ୍ଲବ୍ର ପଛ ପାର୍ଶ୍ୱ ପାର୍କିଂ ପାଇଁ ସ୍ଥାନାନ୍ତର କରାଯିବ। କେଉଟ ସାହି ପାର୍ଶ୍ୱରୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଯାନବାହନଗୁଡ଼ିକୁ ଶ୍ରୀରାମ ନଗରରୁ ବିଏମସି ମାର୍କେଟ୍ କମ୍ପ୍ଲେକ୍ସ/ଅନନ୍ତ ବାସୁଦେବ ପାର୍କିଂ ଏବଂ ସବ-ଷ୍ଟେସନ୍ ଛକ ଦେଇ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନକୁ ସ୍ଥାନାନ୍ତର କରାଯିବ।
