Thu. Oct 23rd, 2025

ନ୍ୟୁଜ ଡେକ୍ସ : ଧରାପଡ଼ିଲେ ଯୌନ କେଳେଙ୍କାରୀ ବାବା। ଚର୍ଚ୍ଚାରେ ଢେଙ୍କାନାଳ ଜିଲ୍ଲା ମଠକରଗୋଳା ସ୍ଥିତ ମୁରଲୀ ମନହୋର ନାମ ମଠ। ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଢେଙ୍କାନାଳର ବାବା ମଧୁମଙ୍ଗଳ ଦାସ ଗିରଫ ହୋଇଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ପରେ ବାବା ଫେରାର୍ ଥିଲେ। ମାତ୍ର ମଠକରଗୋଳା ଗ୍ରାମବାସୀ ବାବାଙ୍କୁ କାବୁ କରି କାମାକ୍ଷାନଗର ପୁଲିସର ଜିମା ଦେଇଛନ୍ତି।

ମହିଳା ଜଣଙ୍କ କହିଛନ୍ତି, ସେ ଆଶ୍ରମର ରୋଷେୟା ଭାବେ କାମ କରୁଥିଲେ। ଗୋଟିଏ ରାତିରେ, ରାତି ୧୦ଟାରୁ ୧୦ଟା ୩୦ ମଧ୍ୟରେ, ବାବା ଜଣଙ୍କ ତାଙ୍କ କୋଠରୀକୁ ଆସିଥିଲେ। ସେତେବେଳେ ସେ ମୋବାଇଲରେ ଭିଡିଓ ଦେଖୁଥିବା ବେଳେ ଶୋଇପଡ଼ିଥିଲେ। ବାବା କବାଟ ବନ୍ଦ କରି ତାଙ୍କ ସହ ଅସଭ୍ୟ ବ୍ୟବହାର କରିଥିଲେ। ମହିଳା ବିରୋଧ କରିଥିଲେ, କିନ୍ତୁ ବାବା ତାଙ୍କୁ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି।

ମହିଳାଙ୍କ ଅଭିଯୋଗ ପରେ କାମାକ୍ଷାନଗର ପୋଲିସ ଅଭିଯୁକ୍ତ ବାବାକୁ ହେପାଜତରେ ନେଇଛି। ତଦନ୍ତ ଆରମ୍ଭ ହୋଇଛି। ଆଶ୍ରମର ଭୂମିକା ମଧ୍ୟ ଯାଞ୍ଚ କରାଯାଉଛି। ଏପର୍ଯ୍ୟନ୍ତ ପୋଲିସ କିମ୍ବା ଅଭିଯୁକ୍ତଙ୍କ ତରଫରୁ କୌଣସି ଆନୁଷ୍ଠାନିକ ବୟାନ ଜାରି ହୋଇନାହିଁ। ଏହି ଘଟଣା ପରେ ତଦନ୍ତ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *