ନ୍ୟୁଜ ଡେକ୍ସ: ପୁଣି ମହିଳାଙ୍କ ଖାତାକୁ ଗଲା ସୁଭଦ୍ରାର ଆଉ ଏକ ପର୍ଯ୍ୟାୟ ଟଙ୍କା । ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି, ମହିଳାଙ୍କ ଖାତାକୁ ସୁଭଦ୍ରାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଡିବିଟି ମାଧ୍ୟମରେ ପଠାଇଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଆଉ ୨ ଲକ୍ଷ ୩୦ ହଜାରରୁ ଅଧିକ ନୂଆ ହିତାଧିକାରୀ ପ୍ରଦାନ କରାଗଲା ଅର୍ଥରାଶି ।
ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରୁ ଆବାସୀ ମାଧ୍ୟମରେ ଟଙ୍କା ବାଣ୍ଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ସେପଟେ ଆଉ ଦିନକ ପରେ ଅର୍ଥାତ୍ ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାରେ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ।ଗୋଟିଏ ଦିନରେ ୫ ହଜାର କୋଟି ପ୍ରଦାନ କରିବେ ସରକାର । ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୨ୟ କିସ୍ତି ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅନ୍ୟପଟେ ମାର୍ଚ୍ଚ ୩୧ ତାରିଖ ଯାଏଁ ‘ସୁଭଦ୍ରା’ ଆବେଦନ ପ୍ରକ୍ରିୟା ଚାଲିବ । ଜଣେ ବି ମହିଳା ଯେପରି ଏହି ଯୋଜନାରୁ ବାଦ୍ ନପଡ଼ିବେ, ସେନେଇ ଘରେ ଘରେ ଯୋଗ୍ୟ ହିତାଧିକାରୀ ଖୋଜିବେ ରାଜ୍ୟ ସରକାର ।
ଡୋର୍ ଟୁ ଡୋର୍ ସର୍ଭେ କରାଯିବ। କ୍ଷେତ୍ର ଯାଞ୍ଚ ପରେ ଯାହା ରହିଯିବ ରକ୍ଷା ବନ୍ଧନରେ ସମସ୍ତଙ୍କୁ ତିନିଟି କିସ୍ତି ମିଳିବ । ମହିଳାଙ୍କୁ ସଶକ୍ତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା କରିଛନ୍ତି।। ସଶକ୍ତ ଓଡ଼ିଶା ଗଠନ ପାଇଁ ବହୁ ଲକ୍ଷପତି ଦିଦି ସୃଷ୍ଟି କରାଯିବ । ପ୍ରତି ଗାଁରେ ୫ ଜଣ ଲେଖାଏଁ ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି।
