Sun. Feb 22nd, 2026

ନ୍ୟୁଜ ଡେକ୍ସ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମ୍ୟ ନିର୍ମାଣ ଉପ ବିଭାଜନ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ବନାଥ ମୁର୍ମୁ(୩୫)ଙ୍କ ରାଇରଙ୍ଗପୁର ମହୁଲଡିହାସ୍ଥ ସରକାରୀ ବାସଭବନ ସମ୍ମୁଖରେ ଵାଘୁଆ ମହୁମାଛିମାନଙ୍କ ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ଜେଇ ବିଶ୍ୱନାଥ ମୁର୍ମୁଙ୍କ ଘର ବାରିପଦାରେ।

ସେ ମହୁଲଡ଼ିହା ସ୍ଥିତ ସରକାରୀ ଘରେ ଏକା ରହୁଥିଲେ। ଆଜି ସକାଳେ ସେ ବଜାରକୁ ଯାଇଥିଲେ।ବଜାରରୁ ଘରକୁ ଫେରି ଗେଟ୍ ଖୋଲିବା ବେଳେ ତାଙ୍କୁ ମହୁମାଛିମାନେ ଅତର୍କିତ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ବିଶ୍ୱନାଥଙ୍କୁ ଉଦ୍ଧାର କରି ତୁରନ୍ତ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ରାସ୍ତାରେ ଯାଉଥିବା ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଛି। ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *