Tue. Oct 21st, 2025

ନ୍ୟୁଜ ଡେକ୍ସ : କଲ୍ୟାଣସିଂହପୁର ବ୍ଲକ ସଦର ବନବିଭାଗ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ଦିନ ମହୁମାଛି ଆକ୍ରମଣରେ ୫ ଜଣ ଗୁରୁତର ହୋଇଥିବା ଘଟଣା ଆତଙ୍କ ସୃଷ୍ଟି କରିଛି। ଆହତମାନେ ହେଲେ – କମଳୀ ହିକକା, ଯୁଇଁ ଇଲିଗା କାଡ୍ରାକା, ରାୟଗଡ଼ରୁ ଆସିଥିବା ବ୍ୟବସାୟୀ ଜି. ନାଗଭୂଷଣ ରାଓ (୬୨), ଜି. ତ୍ରିପତି ନାଇଡ଼ୁ ଓ ଘନଶ୍ୟାମ ବିଡ଼ିକା। ସେମାନଙ୍କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ସୂତ୍ର ଅନୁସାରେ, ଦୀପାବଳି ପାଇଁ ବଜାର କିଣାକାଟା ନିମନ୍ତେ ଆସୁଥିବା ସମୟରେ ଏହି ଘଟଣା ଘଟିଥିଲା। କଲ୍ୟାଣୀ ନଦୀ ପୋଲ ତଳେ ବହୁ ଦିନ ଧରି ମହୁମାଛି ବସା ବାନ୍ଧି ରହିଥିଲେ। ଆଜି ମଧ୍ୟାହ୍ନ ସମୟରେ ଅଜଣା କାରଣରୁ ସେହି ମହୁମାଛିମାନେ ବାହାରି ଯାତାୟାତ କରୁଥିବା ଲୋକମାନଙ୍କୁ ଆକ୍ରମଣ କରିଥିଲେ। ଲୋକମାନେ ପ୍ରାଣ ବିକଳରେ ଧାଇଁ ପୋଲ ଛାଡି ଆଶ୍ରୟ ନେଇଥିଲେ ଏବଂ ପରେ ଚିକିତ୍ସା ପାଇଁ ହସ୍ପିଟାଲକୁ ଯାଇଥିଲେ।ଡାକ୍ତର ପ୍ରମୋଦ କୁମାର ମିଶ୍ର ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଛନ୍ତି। ସେମାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ସୂଚନା ମିଳିଛି। ଆଜି କୌଣସି କାରଣରୁ ମଧ୍ୟାହ୍ନ ସମୟରେ ମହୁମାଛି ବାହାରି ପୋଲ ଉପରେ ଯାତାୟାତ କରୁଥିବା ଲୋକଙ୍କୁ ଗୌଡାଇ ଗୌଡାଇ ଆକ୍ରମଣ କରିଥିଲା।

ଯାହାଫଳରେ ଲୋକମାନେ ପ୍ରାଣ ବିକଳରେ ଧାଇଁ ଆସି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିଲେ।ଏଠାରେ ଡକ୍ଟର ପ୍ରମୋଦ କୁମାର ମିଶ୍ର ପ୍ରାଥମିକ ଚିକିତ୍ସା ଚଳାଇଛନ୍ତି। ଏହି ସ୍ଥାନରେ ବାରମ୍ବାର ମହୁମାଛି ଆକ୍ରମଣ କରୁଥିଲେ ମଧ୍ୟ ନିକଟରେ ଥିବା ବନ ବିଭାଗ ଥାଇ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ବରୁ ମହୁମାଛି ଆକ୍ରଣରରେ ଅନେକ ଜୀବନ ମଧ୍ଯ ଚାଲି ଯାଇଥିବା ନଜର ରହିଛି ।

Leave a Reply

Your email address will not be published. Required fields are marked *