Fri. Feb 27th, 2026

ନ୍ୟୁଜ ଡେକ୍ସ : ଓଡ଼ିଶାରେ ମାଓବାଦୀ ଦମନକୁ ନେଇ ବିଏସଏଫ୍ ଆଇଜି ମାଓବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସଫ୍ଟ ସ୍ପଷ୍ଟ ଶବ୍ଦରେ ଆଇଜି କହିଛନ୍ତି, “ମାଓବାଦୀମାନେ ଆତ୍ମସମର୍ପଣ କରନ୍ତୁ, ନଚେତ୍ ନିଶ୍ଚିତ ଭାବେ ଏନକାଉଣ୍ଟରର ସମ୍ମୁଖୀନ ହେବେ।”ଆଇଜି ସ୍ପଷ୍ଟ କରିଛନ୍ତି ଯେ, ୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ କରିବା ହେଉଛି ବିଏସଏଫ୍ ଏବଂ ସୁରକ୍ଷା ବାହିନୀର ପ୍ରଧାନ ଲକ୍ଷ୍ୟ।ଆନ୍ଧ୍ର ପ୍ରଦେଶ ଏବଂ ଛତିଶଗଡ଼ ସୀମା ପଟୁ ମାଓବାଦୀମାନେ ଓଡ଼ିଶାରେ ପ୍ରବେଶ କରୁଥିବା କଥା ଆଇଜି ସ୍ୱୀକାର କରିଛନ୍ତି।

ହେଲେ ସେ କହିଛନ୍ତି, “ମାଓବାଦୀଙ୍କ ପ୍ରତ୍ୟେକ ଗତିବିଧି ଉପରେ ଆମର କଡ଼ା ନଜର ରହିଛି। ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।”ଆଇଜି ଆଉ କହିଛନ୍ତି, ଯେଉଁ ମାଓବାଦୀ ଆତ୍ମସମର୍ପଣ କରିବେ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ମିଳିବ ଏବଂ ସେମାନେ ମୁଖ୍ୟସ୍ରୋତରେ ଫେରିପାରିବେ।

ହିଡ଼ମା ଏନକାଉଣ୍ଟର ପରେ ଏବେ ଟପ୍ ମାଓ ନେତାମାନେ ସୁରକ୍ଷା ବାହିନୀର ଟାର୍ଗେଟ୍‌ରେ ରହିଥିବା କଥା ମଧ୍ୟ ଆଇଜି ସ୍ପଷ୍ଟ କରିଛନ୍ତି। ହିଡ୍‌ମାର ଏନ୍‌କାଉଣ୍ଟର ପରେ ଏବେ ଟପ୍ ମାଓ ନେତା ଆମର ଟାର୍ଗେଟ୍ ରେ ରହିଛନ୍ତି । ଚଳିତ ବର୍ଷ ଓଡ଼ିଶାରେ ୧୯ ନକ୍ସଲ ନିହତ ହୋଇଛନ୍ତି । ୮ ଜଣ ଗିରଫ ହୋଇଛନ୍ତି, ୬ ଜଣ ଆତ୍ମସମର୍ପଣ କରିଛନ୍ତି ବୋଲି କହିଛନ୍ତି ବିଏସଏଫ୍ ଆଇଜି ।

Leave a Reply

Your email address will not be published. Required fields are marked *