Fri. Oct 24th, 2025

ନ୍ୟୁଜ ଡେକ୍ସ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆସନ୍ତାକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ସେ ଯୋଗ ଦେବେ।

ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେ‌ଲେଙ୍ଗାନା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଏହି ବୈଠକରେ ସାମିଲ ହେବେ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବୈଠକ ଅନୁଷ୍ଠିତ ହେବ। ଏହି ତିନିଦିନିଆ ଗସ୍ତ ଅବସରରେ ଶ୍ରୀ ମାଝୀ କିଛି କେନ୍ଦ୍ର ମନ୍ତ୍ରୀଙ୍କୁ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ନେଇ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରରେ ତୃୀତୟ ଥର ବିଜେପି ସରକାର ଗଠନ କରିବା ପରେ ଏହା ପ୍ରଥମ ବୈଠକ। ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କ ଏହା ପ୍ରଥମ କେନ୍ଦ୍ର-ରାଜ୍ୟ ମିଳିତ ମାଓ-ମୁକାବିଲା ବୈଠକ। ୨୦୧୦ ତୁଳନାରେ ଦେଶରେ ବାମପନ୍ଥୀ ଉଗ୍ରବାଦ ହ୍ରାସ ପାଇଛି। ୨୦୨୩ରେ ବାମପନ୍ଥୀ ଉଗ୍ରବାଦଜନିତ ହିଂସା ଘଟଣା ୭୨ ପ୍ରତିଶତ ହ୍ରାସ ପାଇଥିବାବେଳେ ମୃତ୍ଯୁସଂଖ୍ଯା ୮୬ ପ୍ରତିଶତ ହ୍ରାସ ପାଇଛି।

ନକ୍ସଲଙ୍କ ଲଢେଇ ଶେଷ ଅବସ୍ଥାରେ ପହଞ୍ଚିଥିବା କୁହାଯାଇଛି। ସେହିଭଳି ଅତିରିକ୍ତ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମେତ କେନ୍ଦ୍ର, ରାଜ୍ୟର ବରିଷ୍ଠ ଅଧିକାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ବଳର ଅଧିକାରୀମାନେ ମଧ୍ୟ ସାମିଲ ହେବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ୩ ଦିନିଆ ଦିଲ୍ଲୀ ଗସ୍ତ ଅବସରରେ ରାଜ୍ୟ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭେଟିବା କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *