ନ୍ୟୁଜ ଡେକ୍ସ :ଦିନକୁ ଦିନ ଦୁର୍ବଳ ହେଉଥିବା ମାଓବାଦୀ ସଙ୍ଗଠନର ଏବେ ଅନେକ ଶୀର୍ଷ ନେତା ଦଳ ଛାଡ଼ିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷିତରେ ଟପ୍ ମାଓବାଦୀ ନେତା ଏବଂ ସିପିଆଇ ସଙ୍ଗଠନର ପୂର୍ବତନ କମାଣ୍ଡର ବେଣୁ ଗୋପାଳ ଭୂପତି ଏକ ଭିଡିଓ ଜାରି କରି ମାଓବାଦୀମାନଙ୍କୁ ଅସ୍ତ୍ର ଛାଡି ଆତ୍ମସମର୍ପଣ କରିବାକୁ ଅପିଲ୍ କରିଛନ୍ତି। ପ୍ରାୟ ଦେଢ଼ ମାସ ତଳେ ୟାଭୂପତି ଗଡଚିରୋଲିରେ ଆତ୍ମସମର୍ପଣ କରିଥିବା ଥିଲେ।
ଭିଡିଓରେ ଭୂପତି କହିଛନ୍ତି, “ଏବେ ସମୟ ବଦଳିଛି, ଦେଶ ବଦଳିଛି, ପରିସ୍ଥିତି ବଦଳିଛି। ଅସ୍ତ୍ର ଧରି ସଂଗ୍ରାମ କରିବା ଆଉ ସମ୍ଭବ ନୁହେଁ। ଅସ୍ତ୍ର ପାଇଁ ଆମେ ବହୁତ କିଛି ହରାଇଛୁ, ଅନେକ କ୍ଷତି ସହିଛୁ।” ସେ ଆହ୍ୱାନ ଜଣାଇଛନ୍ତି ଯେ ମାଓବାଦୀମାନେ ଅସ୍ତ୍ର ଛାଡି ଲୋକଙ୍କ ମଧ୍ୟରେ ଫେରିବା ଉଚିତ।
ଭୂପତି ଏହାମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଲୋକଙ୍କ ସମସ୍ୟାର ସମାଧାନ ଅସ୍ତ୍ର ଦ୍ୱାରା ନୁହେଁ, ସମ୍ବିଧାନିକ ପଥରେ ହୋଇପାରିବ। “ସମ୍ବିଧାନ ଅନୁସାରେ କାମ କରିବା ହିଁ ଏକମାତ୍ର ବିକଳ୍ପ,” ବୋଲି ସେ କହିଛନ୍ତି। ହିଡମା ମୃତ୍ୟୁ ପରେ ଏହି ଭିଡିଓ ଜାରି ହୋଇଥିବାକୁ ନେଇ ମାଓ ସଙ୍ଗଠନ ଭିତରେ ଅସ୍ଥିରତା ବଢିଥିବା ଅନୁମାନ କରାଯାଉଛି।

