Sat. Feb 21st, 2026

ନ୍ୟୁଜ ଡେକ୍ସ: ମାଛକୁ ନେଇ ମହାଭାରତ। ରାଜଧାନୀର ଏକ ହୋଟେଲରେ ମାଛ ପାଇଁ ହୋଇଛି ବୀଭତ୍ସ ହତ୍ୟାକାଣ୍ଡ । ଡମଣା ଛକରେ ଥିବା ହୋଟେଲ ତାରାଦେଇରେ ଘଟିଛି ଏପରି ଏକ ଅଭାବନୀୟ କାଣ୍ଡ । ମୃତକ ଜଣେ ହୋଟେଲ ବୟ ପୀତାମ୍ବର ଜେନା। ତାଙ୍କର ଘର ଗଞ୍ଜାମ ଜିଲ୍ଲା ସୋରଡ଼ାରେ ବୋଲି ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ସୂଚନା ଅନୁଯାୟୀ,ଡମଣା ହାଟ ସ୍ଥିତ ମା ତାରାଦେଇ ହୋଟେଲରେ ହତ୍ୟାକାଣ୍ଡ ଘଟିଛି।

ହୋଟେଲ ବୟଙ୍କୁ ହତ୍ୟା କରିଛି ସେଇ ହୋଟେଲର ମିସ୍ତ୍ରୀ । ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଡମଣା ହାଟ ଛକ ନିକଟ ମଦ ଦୋକାନ ସାଇଡ଼ରେ ରହିଛି ହୋଟେଲ ତାରାଦେଇ। ମୃତ ପୀତାମ୍ବର ଜେନା (୫୫) ଦୀର୍ଘ ବର୍ଷ ଧରି ଏହି ହୋଟେଲରେ ହୋଟେଲ ବୟ ହିସାବରେ କାମ କରୁଥିଲେ ବୋଲି ହୋଟେଲ ମାଲିକ ରବି ସାହୁ କହିଛନ୍ତି। ମଧ୍ୟ ରାତ୍ରିରେ ମାଛ ତରକାରି ଖାଇବାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଆଉ ତା ପରେ ହତ୍ୟାକାଣ୍ଡ ଘଟିଛି। ପରିବାର ଲୋକଙ୍କ କହିବାନୁଯାୟୀ, ଗତ ରାତିରେ ମାଛ ଖାଇବାକୁ ନେଇ ହୋଟେଲର ଜଣେ କର୍ମଚାରୀ ଓ ପୀତାମ୍ବରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା।

ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ଅଭିଯୁକ୍ତଜଣକ ପୀତାମ୍ବରଙ୍କୁ ଗୋଡ଼ାଇ ଗୋଡ଼ାଇ ପନିକିରେ ହାଣିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଦୁର୍ବୁତ୍ତ ପନିକିରେ ହାଣି ସାରିବା ପରେ, ମୃତଦେହକୁ ଲୁଚାଇବା ପାଇଁ କରୁଥିଲା ଯୋଜନା । ମାତ୍ର ତାହା ସମ୍ଭବ ନ ହେବାରୁ ଫେରାର ହୋଇଯାଇଛି ଅଭିଯୁକ୍ତ । ଖବର ପାଇ ପୁଲିସ୍‌ ଓ ମୃତକଙ୍କ ପରିବାର ଲୋକେ ହୋଟେଲ ନିକଟରେ ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *