Thu. Oct 23rd, 2025

ନ୍ୟୁଜ ଡେକ୍ସ : କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣା । ମାଟିତଳୁ ବାହାରିଲା ମୃତଦେହ । ସିମେଣ୍ଟ ଅଖା ଭିତରେ ବନ୍ଧା ହୋଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଘଟଙ୍ଗା ସ୍ଥିତ ଜଙ୍ଗଲ ଭିତରୁ ଜେସିବିରେ ଖୋଳି ବାହାର କରାଗଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳି ବାହାର କଲା ପୋଲିସ । ମୃତଦେହ ପୋତିଥିବା ସ୍ଥାନ ଦୋଖାଇଥିଲା ଅଭିଯୁକ୍ତ ।

ସୂଚନା ମୁତାବକ, କନଷ୍ଟେବଳ ଶୁଭମିତ୍ରା ସାହୁଙ୍କୁ ଅଭିଯୁକ୍ତ ଦୀପକ ମାରି ପୋତିଥିବା ମାନିଥିଲା । ଏହା ପରେ ଦୀପକ ରାଉତକୁ ନେଇ ଘଟଗାଁ ଥାନାରେ ପହଞ୍ଚିଥିଲା କମିଶନରେଟ୍‌ ପୋଲିସ । ସେଠାରେ କିଛି ସମୟ ପଚରା ଉଚରା ପରେ ସିନ୍‌ ରିକ୍ରିଏସନ ପାଇଁ ଘଟଣାସ୍ଥଳକୁ ଅଭିଯୁକ୍ତକୁ ନିଆଯାଇଥିଲା । ମାଟି ତଳୁ ବାହାରିଲା ମୃତଦେହ । ନିଜେ ପୋଲିସ ହୋଇଥିଲେ ବି ଶେଷରେ ସେହି ପୋଲିସ ଜାଲରେ ଫସିଲା ।

ସେପଟେ, କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ବଡ଼ ସୂଚନା ଦେଇଛନ୍ତି ସିପି । ସେ କହିଛନ୍ତି ଯେ, ୧୦ ଲକ୍ଷ ଟଙ୍କା ଝଗଡ଼ାରୁ ହତ୍ୟା କରାଯାଇଥିବା ପ୍ରମାଣ ମିଳିଛି । ଶୁଭମିତ୍ରା ଅଭିଯୁକ୍ତ ଦୀପକକୁ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲା । ବିବାହ ଉତ୍ସବ ପାଳନ ପାଇଁ ଶୁଭମିତ୍ରା ଟଙ୍କା ମାଗିବାରୁ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା । ଏହାପରେ ଦୀପକ ଶୁଭମିତ୍ରାକୁ ଜୀବନରୁ ମାରିଦେଇଥିଲା ।ତେବେ ବର୍ତ୍ତମାନ ସୁଦ୍ଧା ଦୀପକ ଏକା ହତ୍ୟା କରିବା ପ୍ରମାଣ ମିଳିଛି, ତଥାପି ତଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *