Fri. Oct 24th, 2025

ନ୍ୟୁଜ ଡେକ୍ସ: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ୍ ତ୍ରୁଟିଶୂନ୍ୟ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ତରଫରୁ ଉଦ୍ୟମ ଜାରି ରହିଛି । ସେହିକ୍ରମରେ ୨୦୨୫ ମାଟ୍ରିକ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡରେ ଯଦି କିଛି ତ୍ରୁଟି ରହିଛି ତାର ସଂଶୋଧନ ପାଇଁ ବୋର୍ଡ ପକ୍ଷରୁ ପୁଣି ଥରେ ସୁଯୋଗ ପ୍ରଦାନ କରାଯାଇଛି ।

୧୭ରୁ ୨୫ ତାରିଖ ଚାଲିବ ସଂଶୋଧନ ପ୍ରକ୍ରିୟା। ସ୍କୁଲ୍‌ କର୍ତ୍ତୃପକ୍ଷ ନିଜ ନିଜ ଛାତ୍ରଛାତ୍ରୀଙ୍କ ଆଡମିଟ୍‌ କାର୍ଡରେ ଆବଶ୍ୟକ ସଂଶୋଧନ ପାଇଁ ଆସନ୍ତା ୧୭ ତାରିଖରୁ ୨୫ ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ମାଟ୍ରିକ ପରୀକ୍ଷା ପୂର୍ବରୁ ଆଡମିଟ୍‌ କାର୍ଡ ସଂଶୋଧନ ପାଇଁ ସୁଯୋଗ ଦିଆଯାଇଥିବା ବେଳେ ଚଳିତବର୍ଷ ପ୍ରଥମଥର ପାଇଁ ମାଟ୍ରିକ୍‌ ପରୀକ୍ଷା ପରେ ବି ବୋର୍ଡ ତରଫରୁ ଏଭଳି ସୁଯୋଗ ସୃଷ୍ଟି କରାଯାଇଛି। ଯେଉଁ ପରୀକ୍ଷାର୍ଥୀଙ୍କ ନାଁ, ଅଭିଭାବକଙ୍କ ନାଁ, ବୟସ, ସ୍କୁଲ୍ ନାଁ ଆଦି ଭୁଲ୍ ରହିଥିବ ସେମାନେ ନିଜ ସ୍କୁଲ୍ର ପ୍ରଧାନଶିକ୍ଷକଙ୍କ ମାଧ୍ୟମରେ ଆବେଦନ କରିବେ ।

ପ୍ରଧାନଶିକ୍ଷକ ଏ ସଂପର୍କିତ ସଂଶୋଧିତ ରିପୋର୍ଟ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରିବେ । ଫଳରେ ମାଟ୍ରିକ୍ ବୋର୍ଡ ସାର୍ଟିଫିକେଟ୍ ତ୍ରୁଟିଶୂନ୍ୟ ହେବ । ଏପ୍ରିଲ ୧୭ ତାରିଖରୁ ୨୫ତାରିଖ ପର୍ଯ୍ୟନ୍ତ ଆଡମିଟ୍ କାର୍ଡ ସଂଶୋଧନ ପ୍ରକ୍ରିୟା ଜାରି ରହିବ ବୋଲି ବୋର୍ଡ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ପରବର୍ତ୍ତୀ ସମୟରେ ଏଥିପାଇଁ ଆଉ କୌଣସି ସୁଯୋଗ ଦିଆଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *