ନ୍ୟୁଜ ଡେକ୍ସ: ଦିନକୁ ଦିନ ଉପରମୁହାଁ ହେଲାଣି ପାରଦ । ଚଳିତବର୍ଷ ପ୍ରଥମଥର ପାଇଁ ଭୁବନେଶ୍ଵର ତାତି ୩୫ ଡିଗ୍ରୀ ଟପିଛି । ଆଜି ଦିନ ୨.୩୦ ସୁଦ୍ଧା ଭୁବନେଶ୍ଵରରେ ତାପମାତ୍ରା ସର୍ବାଧିକ ୩୫.୬ ଡିଗ୍ରୀ ରେକର୍ଡ ହୋଇଛି । ମାର୍ଚ୍ଚ ମାସ ଆରମ୍ଭରୁ ଏଭଳି ତାତି ବଢ଼ିବା ଚିନ୍ତାର କାରଣ ପାଲଟିଛି ।
ଆଗକୁ ତାତି ଆହୁରି ଡରାଇବ ବୋଲି ଆଶଙ୍କା ସୃଷ୍ଟି ହେଲାଣି । ଏ ବର୍ଷ ମାର୍ଚ୍ଚ ମାସରୁ ମେ ମାସ ଯାଏ ଗ୍ରୀଷ୍ମଲହରୀ ଅବଧି ବଢ଼ିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଏହାର ପ୍ରତିଫଳନ ଏବେଠାରୁ ଦିଶିଲାଣି । ଆଗାମୀ ଦିନରେ ରାଜ୍ୟରେ ତାପମାତ୍ରା ବଢ଼ିବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ । ଫେବୃଆରୀ ମାସରୁ ଶୀତ ଉଭେଇଯାଇଥିବାବେଳେ ସାମାନ୍ୟ ଗରମ ଅନୁଭୂତ ହୋଇଥିଲା ।
ରାଜ୍ୟରେ ତାପମାତ୍ରା କ୍ରମାଗତ ବଢ଼ିବାରେ ଲାଗିଥିବାବେଳେ ଆଗାମୀ ଦିନରେ ତାତି ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ମାର୍ଚ୍ଚ ମାସରେ ପାରଦ ୪୦ ପାର୍ କରିବ ବୋଲି ଆଶଙ୍କା । ଦିନ ୧୧ଟା ପରେ ବାହାରକୁ ଯିବା କଷ୍ଟକର ହୋଇପଡ଼ିଛି । ଏବେଠାରୁ ଅସହ୍ୟ ଗରମ ଅନୁଭୂତ ହେଲାଣି ।
