ନ୍ୟୁଜ ଡେକ୍ସ: ମାର୍ଚ୍ଚ ତାତି ଜଳାଇବ ବୋଲି ପୂର୍ବରୁ ଆଇଏମଡି ସତର୍କ କରିଥିବା ବେଳେ ଦିନକ ଭିତରେ ଏବେ ଅସମ୍ଭାଳ କଲାଣି ତାତି । ୩୭ ଡିଗ୍ରୀ ଟପି ଏବେ କଲବଲ କରୁଛି ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା । ଆଜି ଦିନ ୨ ଟା ସୁଦ୍ଧା ଝାରସୁଗୁଡା ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି, ସମ୍ବଲପୁରରେ ତାପମାତ୍ରା ୩୬.୮ ଡିଗ୍ରୀ ରେକର୍ଡ କରାଯାଇଛି । ଏହି ଆକଳନ ଅନୁସାରେ ଦେଶର ଅଧିକାଂଶ ସ୍ଥାନରେ ମାର୍ଚ୍ଚ ମାସ ଓ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ।
ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା ବି ସ୍ୱାଭାବିକଠାରୁ ଅଧିକ ଲମ୍ବିବ । ଓଡ଼ିଶାରେ ବି ଏଭଳି ପ୍ରଚଣ୍ଡ ଗରମରୁ ତ୍ରାହି ମିଳିବ ନାହିଁ । ଆଇଏମ୍ଡି ଜାରି କରିଥିବା ସମ୍ଭାବ୍ୟ ପୂର୍ବାନୁମାନ ଚିତ୍ର ଅନୁସାରେ ମାର୍ଚ୍ଚରୁ ହିଁ ଗରମ ପ୍ରକୋପ ଦେଖାଇବ ଓଡ଼ିଶାରେ । ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସହ ରାତିରେ ବି ଗରମ ବଢ଼ିବ । ବିଶେଷ କରି ଉତ୍ତର-ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ଲହରୀ ଅନଭୂତ ହେବା ଆଶଙ୍କା ରହିଛି । ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ପାଣିପାଗ ଏ ବର୍ଷ ପୁଣି ଉତ୍ତପ୍ତ ରହିବ ।
ରାଜ୍ୟ ସାରା ସ୍ୱାଭାବିକଠାରୁ ତାପମାତ୍ରା ଅଧିକ ରହିବ । ପଶ୍ଚିମ ଓଡ଼ିଶାରେ ଏ ପ୍ରକୋପ ବେଶି ହେବ । ରାତିବେଳା ବି ଗରମରୁ ନିସ୍ତାର ମିଳିବନି । ଗ୍ରୀଷ୍ମ ପ୍ରବାହ ଏ ବର୍ଷ ବି କଲବଲ କରିବ । ବିଶେଷ କରି ଉପକୂଳ ଓଡ଼ିଶାରେ ଲମ୍ବା ଓ ସାଂଘାତିକ ଗ୍ରୀଷ୍ମ ଲହରୀ ଛଟପଟ କରିପାରେ ।ସେପଟେ ଗତକାଲି ଭୁବନେଶ୍ବରା ତାପମାତ୍ରା ୩୧ ଡିଗ୍ରି ଥିବା ବେଳେ ଆଜି ଦିନ ୧୧ଟା ସୁଦ୍ଧା ୩୨ ଡିଗ୍ରି ଟପିଛି ଭୁବନେଶ୍ବର ତାପମାତ୍ରା ।
