Thu. Oct 23rd, 2025

ନ୍ୟୁଜ ଡେକ୍ସ: ସ୍ନାତକୋତ୍ତର (ପିଜି) ନାମଲେଖା ପାଇଁ ଆସନ୍ତା ମାର୍ଚ୍ଚ ୧୩ରୁ ଆରମ୍ଭ ହେବ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି) । ଏପ୍ରିଲ୍ ୧ ଯାଏ ଏହି ପରୀକ୍ଷା ଚାଲିବ । ୧୫୭ ବିଷୟରେ ପରୀକ୍ଷା ହେବ । ମୋଟ୍ ୪୩ଟି ସିଫ୍ଟରେ ପରୀକ୍ଷା ହେବ । ଗୋଟିଏ ସିଫ୍ଟ ପରୀକ୍ଷା ୯୦ ମିନିଟ୍ର ହେବ । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ସୂଚନା ଦିଆଯାଇଛି ।

ଏନ୍‌ଟିଏ ପକ୍ଷରୁ କୁହାଯାଇଛି, ସିୟୁଇଟି ପିଜି ପାଇଁ ମୋଟ ୪ ଲକ୍ଷ ୧୨ ହଜାର ୨୪ ଜଣ ଶିକ୍ଷାର୍ଥୀ ପଞ୍ଜୀକରଣ କରିଛନ୍ତି। ପରୀକ୍ଷା କମ୍ପ୍ୟୁଟର ବେସଡ୍‌ ଟେଷ୍ଟ (ସିବିଟି) ମୋଡ୍‌ରେ କରାଯିବ। ପ୍ରଶ୍ନ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଆସିବ। ୪୧ଟି ଭାଷା ପରୀକ୍ଷା ସେହି ଭାଷାରେ କରାଯିବ। ସେହିପରି ଏମ୍‌ଟେକ୍‌ ଓ ହାୟର ସାଇନ୍ସର ପରୀକ୍ଷା ପାଇଁ ପ୍ରଶ୍ନ କେବଳ ଇଂରାଜୀରେ ଆସିବ।

ଆଚାର୍ଯ୍ୟ ପରୀକ୍ଷାର ସଂସ୍କୃତ ପେପରର ପ୍ରଶ୍ନ ସଂସ୍କୃତରେ ଆସିବ। ଭାରତୀୟ ଜ୍ଞାନ ସିଷ୍ଟମ୍‌ ଓ ବୌଦ୍ଧ ଦର୍ଶନର ପ୍ରଶ୍ନ ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷାରେ ଆସିବ। ହିନ୍ଦୁ ଷ୍ଟଡିଜ୍‌ ପେପରର ପ୍ରଶ୍ନ ହିନ୍ଦୀ ଓ ଇଂରାଜୀରେ ଆସିବ। ଏ ସଂପର୍କିତ ସମସ୍ତ ସୂଚନା ଏନ୍‌ଟିଏ ୱେବ୍‌ସାଇଟ୍‌ www.nta.ac.inରେ ରହିଛି।

Leave a Reply

Your email address will not be published. Required fields are marked *