ନ୍ୟୁଜ ଡେକ୍ସ: ଗଜପତି ଜିଲ୍ଲା ମାର୍ଲବl ଘାଟିର ପାହାଡ଼କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ l ଏହି ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୪ଜଣଙ୍କ ଅଵସ୍ଥା ଗୁରୁତର ହୋଇପଡ଼ିଛି l ଯାତ୍ରୀବାହୀ ବସଟି ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଯାଉଥିଲା l
ରାତି ପ୍ରାୟ ୮ ଟାରେ ମାର୍ଲବl ଘାଟିର ଗୁଡା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପାହାଡକୁ ଧକା ଦେଇଥିଲା l ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ମାର୍ଲବା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଘାଟିରୁ ଓହ୍ଲାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ୪ ଜଣ ଗୁରୁତର ଅଛନ୍ତି।
ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ପୋଲିସ ଓ ଅଗ୍ନିଶମ ବାହିନୀ। ସେହିପରି ଆହତଙ୍କୁ ଉଦ୍ଧାର କରାଯାଇ ନୂଆପଡ଼ା ବି.ଖଜୁରିଆପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ କେଉଁ ପରିସ୍ଥିତିରେ ବସଟି ଏପରି ଦୁର୍ଘଟଣା ଘଟାଇଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
