Wed. Feb 25th, 2026

ନ୍ୟୁଜ ଡେକ୍ସ : ମାଲକାନଗିରିରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି। ଆସନ୍ତାକାଲି ୧୨ଟା ଯାଏଁ ଇଣ୍ଟରନେଟ୍‌ କଟକଣା ବଢ଼ିଲା। ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି। ପୁଣି ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁରେ ସ୍ଥିତି ଅନୁଧ୍ୟାନ କଲେ ଡିଜିପି। ମାଲକାନାଗିରି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏମ.ଭି/୨୬ ଓ ରାଖାଲଗୁଡ଼ା ଗାଁ ମୁଖିଆଙ୍କୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଜିଲ୍ଳାପାଳ ସୋମେଶ କୁମାର ଉପାଧ୍ୟାୟ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡ. କନୱର ଵିଶାଲ ସିଂହ, ଏସ.ପି ବିନୋଦ ପାଟିଲ. ଏଚ ଓ ମାଲକାନାଗିରି ବିଧାୟକ ନରସିଂହ ମାଡକାମୀଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତ ଥିଲେ। ଉଭୟ ପକ୍ଷ ମଧ୍ୟରେ ଆପୋସ ଆଲୋଚନା ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ସହମତି ହୋଇଛି।ଖୁବଶୀଘ୍ର ଉଭୟ ଗାଁର ୧୦ ଜଣ ଲେଖାଏଁଙ୍କୁ ନେଇ କୋର କମିଟି ଗଠନ କରାଯାଇ ଶାନ୍ତି ଫେରାଇ ଅଣାଯିବ ବୋଲି ସହମତି ପ୍ରକାଶ ପାଇଛି ।

ପୂର୍ବ ଭଳି ଭାଇଚାରା ବଜାୟ ରହିବ । ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ପରଠାରୁ ଦୁଇ ଗାଁ ରାଖାଲଗୁଡ଼ା ଓ MV 26 ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏମଭି-୨୬ ଗାଁର ୧୬୩ ଘର ଜଳିଯାଇଛି । ସୁରକ୍ଷା ଦୃଷ୍ଟିରୁ ଗାଁରେ ଏବେ CCTV କ୍ୟାମେରା ଲଗାଯାଇଛି । ମାଲକାନଗିରି ଜିଲ୍ଲାରେ ଆଜି ଦିନ ୧୨ଟା ଯାଏ ଇଣ୍ଟରନେଟ କଟକଣା ଜାରି ରହିବ ।

Leave a Reply

Your email address will not be published. Required fields are marked *