ନ୍ୟୁଜ ଡେକ୍ସ: ବରିଷ୍ଠ ଓଏଏସ୍ ଅଧିକାରୀ ମିର୍ଦ୍ଧା ଟପ୍ପୋ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ। ସେ ପୂର୍ବରୁ କେନ୍ଦୁଝର ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏହି ନୂଆ ନିଯୁକ୍ତି ମିଳିଥିବା ନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସେହିପରି, ରବିବାର ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଗ୍ରାମୀଣ ବିକାଶ ବିଭାଗ ଦ୍ୱାରା ଜାରି ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଶାଶ୍ୱତ ମିଶ୍ର (IAS, RR-1996), ପ୍ରଧାନ ସଚିବ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ହୋଇଛନ୍ତି । ସେ ମଧ୍ୟ ଆନୁଷଙ୍ଗିକ ଭାବେ ବିତ୍ତ ବିଭାଗ ଏବଂ IDCO’ର ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଜାରି ହୋଇଥିବା ନୋଟିସ ଅନୁଯାୟୀ, ଶାଶ୍ୱତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରଧାନ ସଚିବ ଭାବେ କାର୍ଯ୍ୟ କରିବା ସହ ବିତ୍ତ ବିଭାଗ ଓ IDCOର ଚେୟାରମ୍ୟାନ ଭାବେ ମଧ୍ୟ ଅଧିକ ଦାୟିତ୍ୱ ପାଇଛନ୍ତି । ଏହି ନିଯୁକ୍ତି ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାପନାରେ ଏକ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି ।
